ETV Bharat / state

ଏକବିଂଶତମ ଜିଲ୍ଲା ଯୋଜନା କମିଟି ବୈଠକ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୪୬୩ କୋଟି ଅନୁମୋଦନ - ରାୟଗଡ଼ା ବିକାଶ

development of Rayagada : ଏକବିଂଶତମ ଜିଲ୍ଲା ଯୋଜନା କମିଟି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୪୬୩ କୋଟି ୩୦ଲକ୍ଷ ୮୬ ହଜାର ଟଙ୍କାର ଜିଲ୍ଲାର ବାର୍ଷିକ ଯୋଜନା ଚିଠା ଅନୁମୋଦନ । ଅଧିକ ପଢ଼ନ୍ତୁ

ଏକବିଂଶତମ ଜିଲ୍ଲା ଯୋଜନା କମିଟି ବୈଠକ
ଏକବିଂଶତମ ଜିଲ୍ଲା ଯୋଜନା କମିଟି ବୈଠକ
author img

By ETV Bharat Odisha Team

Published : Dec 8, 2023, 10:40 PM IST

ଏକବିଂଶତମ ଜିଲ୍ଲା ଯୋଜନା କମିଟି ବୈଠକ

ରାୟଗଡ଼ା : ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ରାୟଗଡ଼ା ଜିଲ୍ଲା ଏକବିଂଶତମ ଜିଲ୍ଲା ଯୋଜନା କମିଟି ବୈଠକ କମିଟିର ଅଧ୍ୟକ୍ଷ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୪୬୩ କୋଟି ୩୦ଲକ୍ଷ ୮୬ ହଜାର ଟଙ୍କା ଜିଲ୍ଲାର ବାର୍ଷିକ ଯୋଜନା ଚିଠା ଅନୁମୋଦନ କରାଯାଇଛି । ପ୍ରଥମେ ବୈଠକରେ ବିଂଶତମ ଜିଲ୍ଲା ଯୋଜନା ବୈଠକ କାର୍ଯ୍ୟଧାରା ବିବରଣୀକୁ ଦୃଧିକରଣ କରାଯାଇଥିଲା ।

ତେବେ ରାୟଗଡ଼ା ଜିଲ୍ଲାର ଉନ୍ନତି ଓ ବିକାଶ କ୍ଷେତ୍ରରେ ଯେଉଁଠାରେ ଆବଶ୍ୟକତା ରହିଛି, ସେଥିରେ ପୂର୍ଣ୍ଣ ଭାବରେ ସହଯୋଗ କରିବା ସହ ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ଅତନୁ । ଜିଲ୍ଲା ଯୋଜନା କମିଟି ବୈଠକରେ ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଯାହା ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ, ତାହାକୁ ଅନୁମୋଦନ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ଅତନୁ କହିଥିଲେ । ବୈଠକରେ ଜିଲ୍ଲାର ବିକାଶ ପାଇଁ ବିଜୁ କେବିକେ ଯୋଜନା ଜିଲ୍ଲାଞ୍ଚଳ ପ୍ରକଳ୍ପ ବିଶେଷ କରି ବିଜୁଳି, ସଡ଼କ ଓ ପାଣି ସହିତ ଆନ୍ୟାନ୍ୟ ସାମଗ୍ରିକ ବିକାଶ ନିମନ୍ତେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତ୍ୟେକ ବ୍ଲକକୁ ୫୦ଲକ୍ଷ ଟଙ୍କାର ସର୍ବ ମୋଟ ୫ କୋଟି ୫୦ ହଜାର ଟଙ୍କାର ଚିଠାକୁ ଅନୁମୋଦନ କରାଯାଇଥିଲା ।

ବିଗତ ଆର୍ଥିକ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷରେ ରାୟଗଡ଼ା ଜିଲ୍ଲାକୁ ରାଜ୍ୟ ଯୋଜନା ପାଣ୍ଠି, କେନ୍ଦ୍ରୀୟ ଯୋଜନା ପାଣ୍ଠି ଏବଂ କେନ୍ଦ୍ରୀୟ ପ୍ରଯୋଜିତଯୋଜନା ପାଣ୍ଠି ମାଧ୍ୟମରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ବିଭିନ୍ନ ଉନ୍ନୟନ ବିଭାଗ ବାବଦକୁ ମୋଟ ୧୨୦୯ କୋଟି ୬୩ ଲକ୍ଷ ୦୩ ହଜାର ଅନୁଦାନ ରାଶି ପ୍ରାପ୍ତ ଅନୁଦାନ ରାଶି ବିନିଯୋଗ ହୋଇଥିବା ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ପ୍ରକାଶ କରିଥିଲେ । ସେହିପରି ଆର୍ଥିକ ବର୍ଷ ୨୦୨୨-୨୩ ରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ୧୨୬୬ କୋଟି ୯୦ ଲକ୍ଷ ୫୮ ହଜାର ଟଙ୍କାର ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ବିନିଯୋଗ କରାଇଛି । ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଜିଲ୍ଲାର ବାର୍ଷିକ ଯୋଜନା ଚିଠା ବିଭିନ୍ନ ଉନ୍ନୟନ ବିଭାଗର ଯୋଜନା ମୂଳକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ୧୪୬୩ କୋଟି ୩୦ଲକ୍ଷ ୮୬ ହଜାର ଟଙ୍କାର ଚିଠା କମିଟି ଦ୍ୱାରା ଅନୁମୋଦନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, ଚାଷୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ

ତେବେ କ୍ରିଟିକାଲ ଗେପ ଫଣ୍ଡ ଯୋଜନାରେ ଆର୍ଥିକ ୨୦୨୩-୨୪ ବର୍ଷ ପାଇଁ ଵିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ୩୨ ଲକ୍ଷ ଓ ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୨ ଲକ୍ଷ ଟଙ୍କାର ଅନୁମୋଦନ କରାଯାଇଛି । ଏହି ବୈଠକରେ ରାୟଗଡ଼ା ଜିଲ୍ଲାରେ ପିଇବା ପାଣି, ବିଜୁଳି, ସଡ଼କ ଓ ଯୋଗାଯୋଗ ନିହାତି ଆବଶ୍ୟକ ହୋଇଥିବାରୁ ଏସବୁ ସୁବ୍ୟବସ୍ଥା କରିବା ପାଇଁ ବୈଠକରେ ଅତନୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର, ସମସ୍ତ ଯୋଜନା କମିଟର ସଦସ୍ୟ ଏବଂ ବିଭନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.