ରାୟଗଡା : ଜିଲ୍ଲାରେ ଥିବା ଜେକେ କାଗଜ କଳକୁ ସମ୍ପୂର୍ଣ କାର୍ଯ୍ୟକ୍ଷମ ସହ ଠିକା ଶ୍ରମିକ ନିୟୋଜନ ପାଇଁ ଦାବି । ଏନେଇ ଠିକା ଶ୍ରମିକଙ୍କ ପକ୍ଷରୁ ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ରାୟଗଡାର ବୃହତ ଶିଳ୍ପ କମ୍ପାନୀ ମଧ୍ୟରୁ ଅନ୍ୟତମ JK କାଗଜ କଳ ଲକଡାଉନ ପରେ ସୀମିତ ଶ୍ରମିକରେ ଉତ୍ପାଦନ ଜାରି ରଖିଛି। ଫଳରେ ଶହଶହ ଠିକା ଶ୍ରମିକ କାମ ନପାଇ ନିଜର ଉପାର୍ଜନ ହରାଇଛନ୍ତି।
ଏନେଇ ଶତାଧିକ ଠିକା ଶ୍ରମିକ ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଶୀଘ୍ର କମ୍ପାନୀ ସମ୍ପୂର୍ଣ କାର୍ଯ୍ୟକ୍ଷମ କରାଇ ସେମାନଙ୍କୁ ରୋଜଗାର ପ୍ରଦାନ କରାଇବା ସହ ବିଭିନ୍ନ ଦାବି ସମ୍ମିଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଉପଜିଲ୍ଲାପାଳ ଉକ୍ତ ଦାବିପତ୍ର ଗ୍ରହଣ କରିବା ସହ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି କହିଥିବାବେଳେ ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ଧମକ ଦେଇଛି ଶ୍ରମିକ ସଂଗଠନ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ