ETV Bharat / state

କିଏ ପାଇବ ଉପଖଣ୍ଡ ମାନ୍ୟତା ? ମୁନିଗୁଡା-ବିଷମକଟକ ମଧ୍ୟରେ ଟଣାଓଟରା - ଉପଖଣ୍ଡ ମାନ୍ୟତା ପାଇଁ ମୁନିଗୁଡା ବିଷମକଟକ ମଧ୍ୟରେ ବିବାଦ

ଉପଖଣ୍ଡ ମାନ୍ୟତା ପାଇଁ ମୁନିଗୁଡା ଓ ବିଷମକଟକ ମଧ୍ୟରେ ତେଜୁଛି ବିବାଦ । ଦୁଇଟିଯାକ ଅଞ୍ଚଳବାସୀ ଭୌଗଳିକ ଦୃଷ୍ଟିକୌଣରୁ ନିଜନିଜର ବ୍ଲକକୁ ଉପଖଣ୍ଡ ଘୋଷଣା ହେବା ପାଇଁ ଉପଯୁକ୍ତ ବୋଲି ଦାବି କରୁଛନ୍ତି । ଏନେଇ ଟଣାଓଟରା ଲାଗିଥିବାବେଳେ କାହାକୁ ଉପଖଣ୍ଡ ମାନ୍ୟତା ମିଳୁଛି ତାହା ସମୟ କହିବ । ଅଧିକ ପଢନ୍ତୁ

ଉପଖଣ୍ଡ ମାନ୍ୟତା ପାଇଁ ମୁନିଗୁଡା ଓ ବିଷମକଟକ ମଧ୍ୟରେ ବିବାଦ

author img

By

Published : Mar 19, 2023, 7:40 PM IST

କିଏ ପାଇବ ଉପଖଣ୍ଡ ମାନ୍ୟତା ?

ରାୟଗଡା: ଉପଖଣ୍ଡ ମାନ୍ୟତା ଦାବିରେ ସାରା ଜିଲ୍ଲାରେ ତେଜୁଛି ବିବାଦ । ରାୟଗଡା ଜିଲ୍ଲା ଭୌଗଳିକ ଚିତ୍ରକୁ ଅନୁଧ୍ୟାନ କଲେ ଏହା ୧୧ଟି ବ୍ଲକ ସହ ରାୟଗଡା ଓ ଗୁଣପୁର ଦୁଇଟି ଉପଖଣ୍ଡକୁ ନେଇ ଗଠିତ । ରାୟଗଡା ଉପଖଣ୍ଡରେ କାଶୀପୁର, ରାୟଗଡା, କୋଲନରା ଏବଂ କଲ୍ୟାଣସିଂହପୁର ବ୍ଲକ ରହିଥିବାବେଳେ ଗୁଣପୁର ଉପଖଣ୍ଡରେ ମୁନିଗୁଡା, ଚନ୍ଦ୍ରପୁର, ବିଷମକଟକ, ରମାନାଗୁଡା, ଗୁଣପୁର, ପଦ୍ମପୁର ଏବଂ ଗୁଡାରି ବ୍ଲକ ରହିଛି । ଏବେ ଏହି ସାତଟି ବ୍ଲକକୁ ବିଭାଜିତ କରି ସରକାର ଗୋଟିଏ ଉପଖଣ୍ଡର ଯୋଜନା କରୁଛନ୍ତି । ତେଣୁ ଉପଖଣ୍ଡ ମାନ୍ୟତା ଦାବି ପାଇଁ ମୁନିଗୁଡା ଏବଂ ବିଷମକଟକ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି ।

ଗୋଟିଏ ପଟେ ମୁନିଗୁଡା ବ୍ଲକକୁ ରାଜସ୍ୱ ଉପଖଣ୍ଡ ସହ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଁ ଆନ୍ଦୋଳନ ହେଉଛି । ଅନୁରୂପ ଭାବେ ବିଷମକଟକକୁ ଉପଖଣ୍ଡ ମାନ୍ୟତା ନେଇ ଆନ୍ଦୋଳନ ଚାଲିଛି । ଏନେଇ ମୁନିଗୁଡା ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି ।

ମୁନିଗୁଡା ସହର ରାୟଗଡା ଜିଲ୍ଲାର ଏକ ବ୍ୟବସାୟିକ କେନ୍ଦ୍ର । ବର୍ତ୍ତମାନ ଏହାର ଜନସଂଖ୍ୟା ୨୦ ହଜାରରୁ ଅଧିକ ରହିଛି । ବ୍ୟବସାୟ ତଥା ବଜାର ପାଇଁ ଆଖପାଖ ଅଞ୍ଚଳର ବାସିନ୍ଦା ମୁନିଗୁଡା ଉପରେ ନିର୍ଭରଶୀଳ । ମୁନିଗୁଡା ସହର ଜିଲ୍ଲାର କେନ୍ଦ୍ରସ୍ଥଳ ହୋଇଥିବାରୁ ଏଠାରୁ ସମସ୍ତ ସ୍ଥାନକୁ ଯାତାୟତ ପାଇଁ ସଡକ ବ୍ୟବସ୍ଥା ରହିଛି । ଏଥିସହ ଏହି ସହର ଦେଇ ପ୍ରତିଦିନ ରାଜ୍ୟର ରାଜଧାନୀ ଭୁବନେଶ୍ୱର, ଜାତୀୟ ରାଜଧାନୀ ଦିଲ୍ଲୀକୁ ସିଧାସଳଖ ଟ୍ରେନ ଯୋଗଯୋଗ ରହିଛି । ସେହିପରି ମୁମ୍ବାଇ, କୋଲକାତା, ଚେନ୍ନାଇ, କେରଳ, ଅହମ୍ମଦାବାଦ, ଗୁଜରାଟ, ରାୟପୁର ଭଳି ମେଟ୍ରୋ ସହରକୁ ମଧ୍ୟ ଟ୍ରେନର ସଂଯୋଗୀକରଣ ରହିଛି ।

ମୁନିଗୁଡା ସୀମାନ୍ତରେ ବହୁରାଷ୍ଟ୍ରୀୟ ବେଦାନ୍ତ ଆଲୁମିନା କମ୍ପାନି ରହିଥିବାରୁ ସହରର ଦ୍ରୁତ ଅଭିବୃଦ୍ଧି ଘଟୁଛି । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ଲକ ଆଗୁଆ ରହିଛି । ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗୁଁ ପଡୋଶୀ କଳାହାଣ୍ଡି ଜିଲ୍ଲାବାସୀ ସମେତ ଆମ୍ବାଦୋଳା ଓ ଚନ୍ଦ୍ରପୁର ବାସିନ୍ଦା ମଧ୍ୟ ଏଠାକୁ ଆସୁଛନ୍ତି । ମୁନିଗୁଡା ବ୍ଲକରେ ସରକାରୀ ସହ ବେସରକାରୀ ଶିକ୍ଷାନୁଷ୍ଠାନମାନ ରହିଛି । ଏହିସବୁ ଦୃଷ୍ଟିକୋଣରୁ ମୁନିଗୁଡା ବ୍ଲକ ରାଜସ୍ୱ ଉପଖଣ୍ଡ ସହ ବିଜ୍ଞାପିତ ଅଞ୍ଚଳ ପାଇଁ ଉପଯୁକ୍ତ ବୋଲି ମୁନିଗୁଡା ବିକାଶ ପରିଷଦ ଦାବି କରିଛି ।

ସେପଟେ ରାୟଗଡା ଜିଲ୍ଲା ବିଷମକଟକ ଉପଖଣ୍ଡ କ୍ରିୟାନୁଷ୍ଠାନ କମିଟି ଏବଂ ବ୍ଲକବାସୀଙ୍କ ପକ୍ଷରୁ ବିଷମକଟକକୁ ଉପଖଣ୍ଡ ଏବଂ ମୁନିଗୁଡା ଏନଏସି ମାନ୍ୟତା ଦାବିରେ ଗତ ଶୁକ୍ରବାର ଦିନ ମାଆ ମାର୍କମା ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରା ମୁଖ୍ୟ ବଜାର ଦେଇ ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୃଥକପୃଥକ ଭାବେ ତହସିଲାର ଏବଂ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

୧୯୯୨ ମସିହାରୁ ବିଷମକଟକକୁ ଉପଖଣ୍ଡ ଏବଂ ମୁନିଗୁଡାକୁ ତହସିଲ, ଅମ୍ବାଦଳାକୁ ଏକ ସ୍ୱତନ୍ତ୍ର ବ୍ଲକ ଘୋଷଣ କରିବା ପାଇଁ ଦାବି ହୋଇ ଆସୁଛି । ରାୟଗଡା ନୂତନ ଜିଲ୍ଲା ଗଠନ ପରେ ମଧ୍ୟ ବିଷମ କଟକବାସୀ ବିଷମକଟକକୁ ଉପଖଣ୍ଡ ଓ ମୁନିଗୁଡା ଏନଏସି ଏବଂ ଅମ୍ବାଦଳାକୁ ବ୍ଲକର ମାନ୍ୟତା ଦାବିକୁ ଦୋହରାଇ ଚାଲିଛନ୍ତି । ଭୌଗଳିକ ସ୍ଥିତି ଦୃଷ୍ଟିକୋଣରୁ ବିଷମକଟକକୁ ଉପଖଣ୍ଡର ମାନ୍ୟତା ପାଇବା ପାଇଁ ଯୁକ୍ତିଯୁକ୍ତ ବୋଲି ଦାବି କରିଛନ୍ତି ବିଷମକଟକବାସୀ । ସେହିଭଳି ଅମ୍ବାଦୋଳ ଗ୍ରାମବାସୀଙ୍କୁ ଗୁଣପୁର ପରିବର୍ତ୍ତେ ବିଷମକଟକର ଦୂରତା ପାଖ ରହିବ । ଚନ୍ଦ୍ରପୁର ଏବଂ ଗୁଡାରି ବ୍ଲକକୁ ମଧ୍ୟ ବିଷମକଟକର ଦୂରତା ଅପେକ୍ଷାକୃତ ଭାବେ ପାଖ ପଡିବ ବୋଲି ଯୁକ୍ତି ବାଢିଛନ୍ତି ।

ଲୋକଙ୍କ ସୁବିଧା ଦୃଷ୍ଟିରୁ ବିଷମକଟକବାସୀ ବିଷମକଟକକୁ ଉପଖଣ୍ଡ ସହିତ ମୁନିଗୁଡାକୁ ଏନ୍‌.ଏ.ସି. ପାଇଁ ଦାବି କରିଛନ୍ତି । ବିଗତ ବର୍ଷରେ ବିଷମ କଟକରୁ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ବିଭାଗୀୟ ମନ୍ତ୍ରୀ, ସଚିବଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । କିନ୍ତୁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ପୁଣିଥରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଉପଖଣ୍ଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଶୋଭାଯାତ୍ରାର ବାହାରି ମାନପତ୍ର ପ୍ରଦାନ କାରାଯାଇଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.