ETV Bharat / state

ଥରୁଛି ରାୟଗଡା: ମନମୋହୁଛି ଶୀତୁଆ ସକାଳ, ହସୁଛି ଶସ୍ୟ ଶ୍ୟାମଳା କ୍ଷେତ - raygada news

ଘନ କୁହୁଡି ସାଙ୍ଗକୁ କାକର ବିନ୍ଦୁରେ ଝଲସୁଛି ପ୍ରକୃତି ରାଣୀ । ରାୟଗଡାରେ ହାଡଭଙ୍ଗା ଶୀତ । ମନମୋହୁଛି ଶୀତୁଆ ସକାଳ । ଚାଷ କାମରେ ବ୍ୟସ୍ତ ଚାଷାପୁଅ । ଅଧିକ ପଢନ୍ତୁ...

cold weather Continenue  Rayagada dist, nature also beuaty
ଥରୁଛି ରାୟଗଡା : ମନମୋହୁଛି ଶୀତୁଆ ସକାଳ, ହସୁଛି ଶସ୍ୟ ଶ୍ୟାମଳା
author img

By

Published : Dec 18, 2020, 5:40 PM IST

ରାୟଗଡା: ଶୀତର ପହିଲି ସ୍ପର୍ଶରେ ଘନ କୁହୁଡିର ଚାଦର ସାଙ୍ଗକୁ ଟୋପା ଟୋପା କାକର ବିନ୍ଦୁରେ ଝଲସୁଛି ପ୍ରକୃତି ରାଣୀ । ଏହି ମନଲୋଭା ନୈସର୍ଗିକ ସୌନ୍ଦର୍ଯ୍ୟ ସଭିଙ୍କୁ ଆନମନା କରେ । ଶୀତୁଆ ସକାଳର ପ୍ରଥମ ପରସରେ ହସିଉଠୁଛି ଶସ୍ୟ ଶ୍ୟାମଳା ବସୁଧା । କୁହୁଡି ମାଳରେ ଆଚ୍ଛାଦିତ ପୁରା ସହର । ଏବେତ ରାୟଗଡାକୁ ଛୁଇଁଛି ଶୀତ, ଦିନରେ ବି ଦୃଶ୍ୟମାନ ହେଉ ନାହିଁ ଦିଗବଳୟ । ପର୍ବତ ଶିଖରରୁ ଅଳସୀ କନ୍ୟାଟିଏ ଭଳି ଲାଜେଇ ଲାଜେଇ ଖସୁଛି ପାହାଡି ଝରଣା ।

ଥରୁଛି ରାୟଗଡା: ମନମୋହୁଛି ଶୀତୁଆ ସକାଳ, ହସୁଛି ଶସ୍ୟ ଶ୍ୟାମଳା କ୍ଷେତ

ଶିଳ୍ପ ସମୃଦ୍ଧ ରାୟଗଡାରେ ଶିତୁଆ ସକାଳର ମଜା ଟିକେ ନିଆରା । ସେଥିପାଇଁ ତ ଲୋକେ ବି ଏ ସୁଯୋଗକୁ ଜମାରୁ ହାତ ଛଡା କରନ୍ତିନି । ସକାଳୁ କିଏ ମର୍ନିଙ୍ଗ ୱାର୍କରେ ବ୍ୟସ୍ତ ତ ପୁଣି କିଏ ଚା’ ଖଟିରେ ।

ଏପଟେ କିନ୍ତୁ ଚଷା ପୁଅର ଫରକ ନଥାଏ ଖରା ବର୍ଷା ଶୀତ କାକରକୁ । ଆଉ ପେଟପାଟଣା ପାଇଁ ହାଡଭଙ୍ଗା ଶୀତକୁ ଖାତିର ନକରି ରାତି ଅଧାରୁ ଜଙ୍ଗଲରୁ କାଠ ସଂଗ୍ରହ କରି ପାହାନ୍ତିକୁ ଫେରି ଆସନ୍ତି ଗିରିକନ୍ଦରର ଏଇ ଆଦିମ ଅଧିବାସୀ । କେବଳ ଯେ କାଠ ସଂଗ୍ରହ କରି ଏଠାକାର ଆଦିବାସୀ ଗୁଜୁରାଣ ମେଣ୍ଟାଏ ତାହା ନୁହେଁ ଧାନ ଅମଳ ପାଇଁ ଲାଗି ପଡନ୍ତି ଏମାନେ । ପରେ ପରେ ଆରମ୍ଭ ହୁଏ ଶୀତ ଦିନିଆ ପରିବା ଚାଷ ।

କାରଣ ଏଇଟାହିଁ ଭଲ ଦୁଇପଇସା ରୋଜଗାର କରିବାର ଲାଗି ପ୍ରକୃଷ୍ଟ ସମୟ । ଶୀତୁଆ ସକାଳରେ ଝାଳ ବୁହାଇବା ଲାଗି ପରିବାରର ଲୋକେ ବି ଏକାଠି ହୁଅନ୍ତି ଜମିରେ । କି ପୁରୁଷ କି ମହିଳା ସମସ୍ତେ ମାଟି ସହ ମାଟି ହୁଅନ୍ତି । ଅପେକ୍ଷା କରନ୍ତି ସୁଖର ସମୟ ଫସଲ ଅମଳର ବେଳକୁ । ତେବେ, ସେ ଯାହା ହେଉନା କାହିଁତି ଏଠିକାର ଶିତୁଆ ସନ୍ଧ୍ୟାକୁ ବେସ ଉପଭୋଗ କରନ୍ତି ରାୟଗଡାବାସୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.