ETV Bharat / state

କୋଇଲା ବୋଝେଇ ଟ୍ରକରେ ନିଆଁ

author img

By

Published : Jan 27, 2021, 11:26 AM IST

ରାୟଗଡା ଜିଲ୍ଲା ସେସଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ ନିଆଁ । ନିଆଁ ଲାଗିବାର କାରଣ ଜଣାପଡି ନାହିଁ । ଅଧିକ ପଢନ୍ତୁ...

କୋଇଲା ବୋଝେଇ ଟ୍ରକରେ ନିଆଁ
କୋଇଲା ବୋଝେଇ ଟ୍ରକରେ ନିଆଁ

ରାୟଗଡା: ହୁ ହୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ । ରାୟଗଡା ଜିଲ୍ଲା ସେସଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ କୌଣସି କାରଣରୁ ନିଆଁ ଲାଗି ଯାଇଛି । ନିଆଁ ଲାଗିବାର କାରଣ ଜଣାପଡି ନାହିଁ ।

କୋଇଲା ବୋଝେଇ ଟ୍ରକରେ ନିଆଁ

ସୂଚନାନୁସାରେ, ଟ୍ରକଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡା ଆସୁଥିଲା । ପ୍ରତାପପୁର ନିକଟରେ ହଠାତ୍ ଟ୍ରକଟିରେ ନିଆଁ ଲାଗିଯାଇଥିଲା । ଡ୍ରାଇଭର ଜଣକ ସୁରକ୍ଷିତ ଥିବା ଜଣାପଡିଛି । ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା ।

ଖବର ପାଇ ରାୟଗଡାରୁ ଅଗ୍ନିଶମ ବାହିନୀ ଓ ସେସଖାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହୁତହୁତ ହୋଇ ଜଳୁଥିବା ଟ୍ରକରୁ ନିଆଁ ଲିଭାଇଥିଲେ । ପ୍ରାୟ ଏକ ଘଣ୍ଚା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡରେ କୋଇଲା ସମେତ ଟ୍ରକର ଅଧିକାଂଶ ଭାଗ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.