ETV Bharat / state

ଆସନ୍ତା ୨୭ରେ ରାଜଧାନୀରେ ବିଶାଳ ସମାବେଶ କରିବ ଅମଲା ସଂଘ - ରାୟଗଡାରେ ଅମଲା ସଂଘର ବିକ୍ଷୋଭ

ରାୟଗଡାରେ ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ । ଆସନ୍ତା ୨୭ରେ ରାଜଧାନୀରେ ବିଶାଳ ସମାବେଶ କରିବ ଅମଲା ସଂଘ । ଅଧିକ ପଢନ୍ତୁ

ଆସନ୍ତା ୨୭ରେ ରାଜଧାନୀରେ ବିଶାଳ ସମାବେଶ କରିବ ଅମଲା ସଂଘ

author img

By

Published : Nov 11, 2022, 9:34 AM IST

ରାୟଗଡା: ବିଭିନ୍ନ ପ୍ରସଙ୍ଗକୁ ନେଇ ଜିଲ୍ଲା ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ । ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିଥିବା ଯୋଗୁଁ ଜିଲ୍ଲା ଅମଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇବା ସହ ରାଜ୍ୟ ସରକାର କାର୍ଯ୍ୟରତ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଘଟଣାକୁ ତୀବ୍ର ନିନ୍ଦା କରିଛି ସଂଘ ।

ଆସନ୍ତା ୨୭ରେ ରାଜଧାନୀରେ ବିଶାଳ ସମାବେଶ କରିବ ଅମଲା ସଂଘ

ରାୟଗଡା ଜିଲ୍ଲା ଅମଲା ସଂଘର ଜିଲ୍ଲା ସମ୍ପାଦକ ଗୋପୀନାଥ ରାଉତଙ୍କ ସଭାପତିତ୍ୱରେ ଗୁଣୁପୁର ଉପଖଣ୍ଡର ସମସ୍ତ ଅମଲାଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଦ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିଥିବା ଯୋଗୁଁ ଜିଲ୍ଲା ଅମଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟାବାଦ ଜ୍ଞାପନ କରାଯାଇଥିଲା । ଏହାସହ ରାଜ୍ୟ ଏବଂ ଜିଲ୍ଲାରେ କାର୍ଯ୍ୟରତ ଅମଲାଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ଜିଲ୍ଲାର ସମସ୍ତ ସ୍ନାତକ ଡିଗ୍ରୀଧାରୀଙ୍କୁ ତୁରନ୍ତ 9300ଟଙ୍କା ଦରମା ସହ 4200 ଗ୍ରେଡ଼ ପେ ପ୍ରଦାନ କରିବାକୁ ଦାବି କରିଛନ୍ତି ଏବଂ ଚଳିତ ମାସ 15 ତାରିଖ ରେ ରାଜ୍ୟ ସରକାରଙ୍କୁ ଏ ବାବଦରେ ଏକ ସ୍ମାରକ ପତ୍ର ଏବଂ 27 ତାରିଖରେ ରାଜଧାନୀରେ ବିଶାଳ ସମାବେଶ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Himachal Assembly Poll: ହିମାଚଳରେ ସରିଲା ନିର୍ବାଚନୀ ପ୍ରଚାର, କାଲି ପଡିବ ଭୋଟ

ଯଦି ରାଜ୍ୟ ସରକାର ସେମାନଙ୍କ ଦାବିକୁ ଗ୍ରହଣ ନକରନ୍ତି ତେବେ ସେମାନେ ସମାବେଶରେ ଯୋଗ ଦେବେ ବୋଲି ଜିଲ୍ଲା ଅମଲା ସଂଘ ସମ୍ପାଦକ ଗୋପୀନାଥ ରାଉତ ଚେତାବନୀ ଦେଇଛନ୍ତି । ଏହି ଜରୁରୀ ବୈଠକରେ ରାଧା ସେଠୀ, ବସନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଏନେଇ ଜିଲ୍ଲା ସଭାପତି କହିଛନ୍ତି, " ଆସନ୍ତା ୨୭ ତାରିଖରେ ଅମଲା ସଂଘ ତରଫରୁ ରାଜଧାନୀରେ ଏକ ବିଶାଳ ସମାବେଶ କରିବା ନେଇ ସ୍ଥିର କରାଯାଇଛି ।ସ୍ନାତକ ଡିଗ୍ରୀଧାରୀ ହାସଲ କରିଥିଲେ ମଧ୍ୟ ଆମର ଦରମା ବୃଦ୍ଧି କରାଯାଇନାହିଁ । ମାଟ୍ରିକ ସାର୍ଟିଫିକେଟ ଅନୁସାରେ ଆମକୁ ଦରମା ଦିଆଯାଉଛି । ରାଜ୍ୟ ଶାଖା ତରଫରୁ ରାଜ୍ୟ ସରକାରଙ୍କୁ ବହୁତ ଅନୁରୋଧ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଜିଲ୍ଲାର ସମସ୍ତ ସ୍ନାତକ ଡିଗ୍ରୀଧାରୀଙ୍କୁ ତୁରନ୍ତ 9300ଟଙ୍କା ଦରମା ସହ 4200 ଗ୍ରେଡ଼ ପେ ପ୍ରଦାନ କରିବାକୁ ଦାବି କରୁଛୁ ।"

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.