ETV Bharat / state

କାଶୀପୁରରେ ଲାଗିରହିଛି ଝାଡ଼ାବାନ୍ତି, ଜଳ ଉତ୍ସ ଉପରେ କଡା ନଜର - ରାୟଗଡ଼ା କାଶୀପୁରରେ ହଇଜା

ଆରଏମଆରସି ତରଫରୁ ଏକ ଟିମ୍ ପ୍ରଭାବିତ ଗ୍ରାମ ଗୁଡିକରେ ଜଳ ଓ ମଳ ନମୁନା ସଂଗ୍ରହ କରିବା ପରେ ହଇଜା ଜୀବାଣୁ ଜଳରେ ଥିବା ଜଣାପଡିଛି । ତେବେ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ସ୍ପଷ୍ଟ କରିଛନ୍ତି ଆରଏମଆରସି ଟିମ୍ ମୁଖ୍ୟ । ଏଥିସହ ଜିଲ୍ଲା ଜନସ୍ବାସ୍ଥ୍ୟ ଲ୍ୟାବ ରିପୋର୍ଟ ମଧ୍ୟ ସେହି ଆଡ଼କୁ ପୂର୍ବରୁ ଇଙ୍ଗିତ କରିଥିଲେ । ଅଧିକ ପଢ଼ନ୍ତୁ

ରାୟଗଡ଼ା କାଶୀପୁରରେ ଝାଡ଼ାବାନ୍ତି ନେଇଛି ହଇଜାର ରୂପ

author img

By

Published : Jul 19, 2022, 9:48 PM IST

Updated : Jul 20, 2022, 9:23 AM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ଡାଇରିଆ ହଇଜା ବୋଲି ସ୍ପଷ୍ଟ ହୋଇଛି । ଦୂଷିତ ପାଣି ପିଇ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଏହା ହଇଜା ଆଡ଼କୁ ମୁଁହାଇଥିବା ନେଇ ଗତକାଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ । ଏହାପରେ ଉକ୍ତ ନଦୀ, ନାଳ ଓ ଅନ୍ୟ ଜଳ ଉତ୍ସ ବିଶୋଧନ କରିବା ପାଇଁ ନିଷ୍ପତ୍ତି ହୋଇଛି ।

କୋରାପୁଟ ଜିଲ୍ଲା ଦଶମନ୍ତପୁର ଠାରୁ ବାହାରିଥିବା ନଦୀ ହଇଜା ଉତ୍ପତ୍ତିସ୍ଥଳୀ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି । ତେଣୁ ସେଗୁଡିକ ବିଶୋଧନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଦଶମନ୍ତପୁର ଠାରୁ ବାହାରି କାଶୀପୁର ବ୍ଲକର ବିଭିନ୍ନ ଗାଁ ଦେଇ ପ୍ରବାହିତ ହେଉଥିବା ନଦୀ ନାଳ ସମେତ ଅନ୍ୟ ଜଳ ଉତ୍ସ ଗୁଡ଼ିକ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।

ରାୟଗଡ଼ା କାଶୀପୁରରେ ଝାଡ଼ାବାନ୍ତି ନେଇଛି ହଇଜାର ରୂପ

ସ୍ଥିତି ନିୟନ୍ତ୍ରଣକୁ ଆସିବା ଓ ଜଳ ବିଶୋଧନ ହେବା ପର୍ଯ୍ୟନ୍ତ ସେ ସ୍ଥାନର ଜଳ ବ୍ୟବହାର ଅନୁପଯୋଗୀ ବୋଲି ଘୋଷଣା କରାଯାଇଛି । ଅପରପକ୍ଷରେ ଝାଡ଼ାବାନ୍ତିରେ ୫୦ଜଣ ବର୍ତ୍ତମାନ ଆକ୍ରାନ୍ତ ହୋଇଥିବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଯାଏଁ ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଛି ।

ଦୂଷିତ ପାଣି ପାଇଁ ଏହିଭଳି ଘଟୁଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ମେଡିକାଲ ଟିମ୍ ସେହି ଅଞ୍ଚଳ ଗାଁ ମାନଙ୍କରେ କ୍ୟାମ୍ପ କରିଛନ୍ତି । ଆରଏମଆରସି ତରଫରୁ ଏକ ଟିମ୍ ପ୍ରଭାବିତ ଗ୍ରାମ ଗୁଡିକରେ ଜଳ ଓ ମଳ ନମୁନା ସଂଗ୍ରହ କରିବା ପରେ ହଇଜା ଜୀବାଣୁ ଜଳରେ ଥିବା ଜଣାପଡିଛି । ଏଥିସହ ଜିଲ୍ଲା ଜନସ୍ବାସ୍ଥ୍ୟ ଲ୍ୟାବ ରିପୋର୍ଟ ମଧ୍ୟ ସେହି ଆଡ଼କୁ ପୂର୍ବରୁ ଇଙ୍ଗିତ କରିଥିଲେ । ତେବେ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ସ୍ପଷ୍ଟ କରିଛନ୍ତି ଆରଏମଆରସି ଟିମ୍ ମୁଖ୍ୟ।

ପ୍ରକାଶ ଯେ ଆଜି ମଧ୍ୟ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି । ଖୁରିଗାଁ, ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ପୂର୍ବରୁ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ରାୟଗଡ଼ା

Last Updated : Jul 20, 2022, 9:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.