ETV Bharat / state

ବାଲ୍ୟବିବାହ ଅଟକାଇବାକୁ ଅଭିଯାନ, ଦିନକରେ ଶପଥ ନେଲେ ୪ ଲକ୍ଷ ଲୋକେ

ରାୟଗଡ଼ା ଜିଲ୍ଲାରେ ବାଲ୍ୟବିବାହ ରୋକିବା ପାଇଁ ଆରମ୍ଭ ହୋଇଛି ପ୍ରଚେଷ୍ଟା ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ୪ ଲକ୍ଷ ଲୋକେ ଶପଥ ପାଠ କରିଛନ୍ତି । ଅଧିକ ପଢନ୍ତୁ

ବାଲ୍ୟବିବାହ ରୋକିବା ଅଭିଯାନ: ଗୋଟିଏ ଦିନରେ ଶପଥ ନେଲେ ୪ ଲକ୍ଷ ଲୋକେ

author img

By

Published : Nov 14, 2021, 8:13 PM IST

ରାୟଗଡ଼ା: ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲାରେ 'ପ୍ରଚେଷ୍ଟା' ଅଭିଯାନ ଆରମ୍ଭ ହୋଇଛି । ଏହାରି ମାଧ୍ୟମରେ ଗୋଟିଏ ଦିନରେ ୪ ଲକ୍ଷ ଲୋକେ ମାନବ ଶୃଙ୍ଖଳ ଓ ଗଣ ଶପଥ ପାଠ କରିଛନ୍ତି । ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ପାଇଁ ଏମାନେ ଶପଥ ନେଇଛନ୍ତି ।

ବାଲ୍ୟବିବାହ ରୋକିବା ଅଭିଯାନ: ଗୋଟିଏ ଦିନରେ ଶପଥ ନେଲେ ୪ ଲକ୍ଷ ଲୋକେ

ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଏବଂ UNICEFର ମିଳିତ ଉଦ୍ୟମରେ ବିଭିନ୍ନ ବିଭାଗ ସମନ୍ଵୟ କ୍ରମେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଯାଇଛି । ଆଜି ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ମାନବ ଶୃଙ୍ଖଳ ମାଧ୍ୟମରେ ଯୁବତୀଙ୍କୁ ୧୮ ବର୍ଷ ପୂର୍ବରୁ ଓ ଯୁବକଙ୍କୁ ୨୧ ବର୍ଷ ପୂର୍ବରୁ ବିବାହ କରାଇବେ ନାହିଁ । ନିଜ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବାର ନଜରକୁ ଆସିଲେ ସେମାନଙ୍କୁ ବିବାହ ନ କରାଇବା ପାଇଁ ବୁଝାଇବେ, ଯଦି ଆବଶ୍ୟକ ପଡେ ଚାଇଲ୍ଡ ଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୋଲିସ, ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି ସୁପରଭାଇଜର ଓ CDPOଙ୍କୁ ଜଣାଇବେ ବୋଲି ଶପଥ ପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଗତଦିନ ଗୁଡିକରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଦ୍ଵାରା ଜିଲ୍ଲାର ୫୫୯ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି । ଏହି ମାନବଶୃଙ୍ଖଳ ଓ ଶପଥ ପାଠ କାର୍ଯ୍ୟକ୍ରମ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିଲା I ଜିଲ୍ଲାପାଳ ଏହି ଅବସରରେ ରାୟଗଡ଼ା ସଦର ମହକୁମା ଠାରେ ୫୦୦ ଜନସାଧାରଣଙ୍କୁ ଶପଥ ପାଠ କରାଇବା ପରେ ଏକ ରାଲି ମାଧ୍ୟମରେ ସହର ପରିକ୍ରମା କରିଥିଲେ । ଆଜି ଜିଲ୍ଲାର 11ଟି ବ୍ଲକ, ୨ଟି ମୁନିସିପାଲଟି ଏବଂ ଗୋଟିଏ NACରେ ଗୋଟିଏ ଦିନରେ ଏକ ସମୟରେ ୪ ଲକ୍ଷ ଯୁବକ, ଯୁବତୀ ଓ ଅଭିଭାବକଙ୍କ ଦ୍ଵାରା ମାନବ ଶୃଙ୍ଖଳ ଓ ଗଣ ଶପଥ ପାଠ ହୋଇଥିଲା ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.