ETV Bharat / state

ଦିନିକିଆ ରାୟଗଡ଼ା ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି, ୩ ଜିଲ୍ଲାରେ ଇ-ଫାଇଲିଂ ଓ ଇ-ପେମେଣ୍ଟ ଉଦଘାଟନ

author img

By

Published : Dec 29, 2021, 2:52 PM IST

ଦିନିକିଆ ରାୟଗଡ଼ା ଗସ୍ତ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରଧାନବିଚାରପତି ଡକ୍ଟର ଏସ୍ ମୁରଲୀଧର । ରାୟଗଡ଼ା ଆଇନଜୀବୀ ବାର ଆସୋସିଏସନ ପକ୍ଷରୁ ଏନେଇ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅଧିକ ପଢନ୍ତୁ

ଦିନିକିଆ ରାୟଗଡ଼ା ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତି

ରାୟଗଡ଼ା: ଦିନିକିଆ ରାୟଗଡ଼ା ଗସ୍ତ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତି ଡକ୍ଟର ଏସ୍ ମୁରଲୀଧର । ରାୟଗଡ଼ା ଆଇନଜୀବୀ ବାର ଆସୋସିଏସନ ପକ୍ଷରୁ ଏନେଇ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ଦୌରା ଜଜ୍ କୋର୍ଟକୁ ଗସ୍ତ କରି ପୁରୁଣା କୋଠାବାଡ଼ିର ସ୍ଥିତିକୁ ଅନୁଧ୍ୟାନ କରିଥିଲେ ବିଚାରପତି ଏଵଂ ନୂତନ କୋଠା ନିର୍ମାଣ ନିମନ୍ତେ ପ୍ରାୟ ୧୦ ଏକର ଜମି ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ଭର୍ଚ୍ଚୁଆଲ ମୋଡରେ ତିନୋଟି ଜିଲ୍ଲାରେ ଇ-ଫାଇଲିଂ ଓ ଇ-ପେମେଣ୍ଟ ଉଦଘାଟନ କରିଥିଲେ ।

ସେ ଗତ ସୋମବାର ସକାଳୁ ଭୁବନେଶ୍ବର - ଜୁନାଗଡ ଏକ୍ସପ୍ରେସ ଟ୍ରେନରେ ଆସି ରାୟଗଡାରେ ଓହ୍ଲାଇବା ପରେ ସଡ଼କ ପଥ ଯୋଗେ କୋରାପୁଟ, ଜୟପୁର, ନବରଙ୍ଗପୁର ଓ ମାଲକାନିଗିରି ଗସ୍ତ ଗରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ କାଲି ରାତିରେ(ମଙ୍ଗଳବାର) ରାୟଗଡ଼ା ଫେରି ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ଭୁବନେଶ୍ବର ଫେରିଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.