ETV Bharat / state

ଚନ୍ଦ୍ରପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ତେଜିଲା ଫାଶୀ ଦାବି

ଗତ ଡିସେମ୍ବର 23 ତାରିଖରେ ଚନ୍ଦ୍ରପୁରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳରେ ଦାନା ବାନ୍ଧିବାରେ ଲାଗିଛି ଆଦିବାସୀ ମେଳି ।

author img

By

Published : Jan 19, 2020, 7:12 AM IST

Updated : Jan 19, 2020, 9:01 AM IST

chandrapur minor rape case
ଚନ୍ଦ୍ରପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ତେଜିଲା ଫାଶୀ ଦାବି

ରାୟଗଡା: ଗତ ଡିସେମ୍ବର 23 ତାରିଖରେ ଚନ୍ଦ୍ରପୁରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳରେ ଦାନା ବାନ୍ଧିବାରେ ଲାଗିଛି ଆଦିବାସୀ ମେଳି । ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଅଶାନ୍ତି ତେଜିବାରେ ଲାଗିଛି । ଶନିବାର ଏନେଇ ଚନ୍ଦ୍ରପୁରଠାରେ ଶତାଧିକ ଆଦିବାସୀ ଏକାଠି ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତାରୋକ ପାଇଁ ଯୋଜନା କରୁଥିବା ବେଳେ ମୁନିଗୁଡା ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ସୂଚନା ଅନୁୟାୟୀ ଗତ ଡିସେମ୍ବର 21 ତାରିଖରେ ବନ୍ଦରୀ ଗ୍ରାମର ଅଭିଯୁକ୍ତ ସେବା ବାଗସିଂ ଚନ୍ଦ୍ରପୁର ଗ୍ରାମ ଆଦିବାସୀ ସାହିର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଘରେ ପହଞ୍ଚାଇବା ବାହାନାରେ ବାଇକରେ ଅପହରଣ କରି ନେଇଥିଲା । ପରେ 24 ତାରିଖରେ ଚନ୍ଦ୍ରପୁର ଗ୍ରାମଠାରୁ କିଛି ଦୂରରେ ଜଙ୍ଗଲ ଭିତରୁ ନାବାଳିକାଟିର କ୍ଷତବିକ୍ଷତ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ପୋଲିସର ପ୍ରାଥମିକ ତଦନ୍ତ ସମୟରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା ।

ଏନେଇ ଦୋଷୀକୁ ଫାଶୀ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଏଠାରେ ସୂଚନା ଯୋଗ୍ୟ କି ଏହି ମାମଲାରେ ପୋଲିସ ଏବେ ସେବା ବାଗସିଂକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଚନ୍ଦ୍ରପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା , ଫାଶୀ ଦାବିରେ ତେଜିଲା ଆନ୍ଦୋଲୋନ । Body:ଗତ ଡିସେମ୍ବର ୨୩ ତାରିଖ ଦିନ ଚନ୍ଦପୁରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏ ନେଇ ସେହି ଅଞ୍ଚଳରେ ଆଦିବାସି ମେଳିର ଦାନ ବନ୍ଧୁଛି । ଏହି ଘଟଣାକୁ ନେଇ ସେହି ଅଚଂଳରେ ଅଶାନ୍ତିର ଦାନା ବାନ୍ଧୁବାରେ ଲାଗିଛି । ଆଜି ଚନ୍ଦ୍ରପୁର ଠାରେ ଶତାଧିକ ଆଦିବାସୀ ଏକାଠି ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ରୋକ ପାଇଁ ଯୋଜନା କରୁଥିବା ବେଳେ ମୁନିଗୁଡା ଏସଡ଼ିପିଓ ପହଞ୍ଚି ଲୋକଙ୍କୁ ବୁଝା ସୁଝା ପରେ ଆନ୍ଦୋଳନରୁ ଓହରିଥିଲେ । ତେବେ ଦୋସିକୁ ଫାଶୀ ଦେବା ପର୍ଜନ୍ତଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଏଠାରେ ସୂଚନା ଯୋଗ୍ୟକି ଗତ ଡିସେମ୍ବର ୨୧ ତାରିଖରେ ବନ୍ଦରୀ ଗ୍ରାମର ଅଭିଯୁକ୍ତ ସେବା ବାଗସିଂ ଚନ୍ଦ୍ରପୁର ଗ୍ରାମ ଆଦିବାସୀ ସାହିର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଘରେ ପହଚାଂଇବା ବାହାନାରେ ବାଇକରେ ଅପହରଣ କରିନେଇଥିଲା । ପରେ ୨୪ ତାରିଖରେ ଚନ୍ଦ୍ରପୁର ଗ୍ରାମର କିଛି ଦୂରରେ ଜଙ୍ଗଲ ଭିତରୁ ନାବାଳିକାଟିର କ୍ଷତବିକ୍ଷତ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା ତେବେ ପୋଲିସର ପ୍ରାଥମିକ ତଦନ୍ତ ସମୟରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା । ଏହି ମାମଲାରେ ପୁଲିସ ଏବେ ସେବା ବାଗସିଂକୁ ଗିରଫ କରି କୋର୍ଟ ଚାଳନ କରିଛି । Conclusion:ଚନ୍ଦ୍ରପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା , ଫାଶୀ ଦାବିରେ ତେଜିଲା ଆନ୍ଦୋଲୋନ ।
Last Updated : Jan 19, 2020, 9:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.