ETV Bharat / state

ରାୟଗଡ଼ା ସହରରେ ସଚଳ ହେଲା ସିସିଟିଭି ବ୍ୟବସ୍ଥା, ଅପରାଧ ଉପରେ ରହିବ ନଜର

author img

By

Published : Apr 6, 2023, 12:21 PM IST

ଶିଳ୍ପ ସମୃଦ୍ଧ ରାୟଗଡ଼ା ସହରରେ ପୁଣି ସଚଳ ହେଲା ସିସିଟିଭି ବ୍ୟବସ୍ଥା । ୩୧ଟି ସ୍ଥାନରେ ୧୦୭ଟି ଲଗାଯାଇଛି ସିସିଟିଭି । ଅଧିକ ପଢନ୍ତୁ

cctv system is now activated in rayagada

ରାୟଗଡା: ସହରରେ ପୁଣି ସଚଳ ହେଲା ସିସିଟିଭି । ସହରବାସୀଙ୍କ ସୁରକ୍ଷା ସାଙ୍ଗକୁ ଅପରାଧିକ କାର୍ଯ୍ୟକଳାପ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ସିସିଟିଭି । ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ସିସିଟିଭି ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଦୀର୍ଘ ବର୍ଷ ହେଲା ନୂଆ ଯୋଜନା ଫାଇଲ୍ ଭିତରୁ ମୁଣ୍ଡ ଟେକି ପାରୁନଥିଲା । କିନ୍ତୁ ବର୍ତ୍ତମାନର ଜିଲ୍ଲାପାଳ ସ୍ଵଧା ଦେବ ସିଂ ଏବଂ ଏସପି ବିବେକାନନ୍ଦ ଶର୍ମାଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସହରର ୩ ପ୍ରବେଶ ପଥ ସମେତ ସମସ୍ତ ୱାର୍ଡକୁ ସିସିଟିଭି ନଜରରେ ରଖିବା ପାଇଁ ପୋଲିସ୍ ଥାନା ପରିସରରେ ଏକ ନୂଆ କଣ୍ଟ୍ରୋଲ ରୁମ ନିର୍ମାଣ ହୋଇଛି ।

ଏହି କଣ୍ଟ୍ରୋଲ ରୁମକୁ ମଙ୍ଗଳବାର ଦିନ ଉଦଘାଟନ କରାଯାଇଥିଲା । ଏହି ସମୟରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା , ସାଂସଦ ସପ୍ତଗିରି ଶଙ୍କର ଉଲକା, ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷା ଅନୁସୟା ମାଝି, ଜିଲ୍ଲାପାଳ ସ୍ଵଧା ଦେବ ସିଂ ଏବଂ ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ସାମିଲ ହୋଇଥିଲେ । ଜନଗହଳିପୂର୍ଣ୍ଣ ସ୍ଥାନ ଦୈନିକ ବଜାର, ରାଜପଥ, ବାଇପାସ୍ ରୋଡ୍ ଏବଂ ସମସ୍ତ ୱାର୍ଡକୁ ଦୁଇ ଭାଗରେ ବିଭକ୍ତ କରି ୩୧ଟି ସ୍ଥାନରେ ୧୦୭ଟି ସିସିଟିଭି ଲଗାଯାଇଛି । ଫଳରେ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ୮ ଟି ପାୱାର କ୍ୟାମେରା ଲଗାଯାଇଛି ।

ଏହା ମଧ୍ୟ ପଢନ୍ତୁ-Fake Certificate Racket: ଡାକ ବିଭାଗରେ କ୍ରାଇମବ୍ରାଞ୍ଚର ଖୋଳତାଡ

ବର୍ତ୍ତମାନ ସିରିଗୁଡାରୁ ଓଏମପି, ନୂଆସାହି, ଗଜପତି ଜଙ୍କସନ୍, ରେଲୱେ ଷ୍ଟେସନ, ବୁଦୁରାୱାଲାସା ସାଇ ଇଣ୍ଟର ନ୍ୟାସନାଲ୍ ହୋଟେଲ, ସାରଳା ଜଙ୍କସନ୍ ଓ ରଇତ କଲୋନି ସିସିଟିଭି ନଜରରେ ରହିଛି । ସେହିପରି ଏସବିଆଇ ମୁଖ୍ୟ ଶାଖା, ମଝିଘରିଆଣୀ ମନ୍ଦିର, ବଂଶୀକ୍ରିଷ୍ଣା କଲ୍ୟାଣ ମଣ୍ଡପ, ଜ୍ୟୋତି ମହଲ, ଉମା ଶଙ୍କର ଟକିଜ୍, ଗାନ୍ଧୀ ନଗର, ସିଆରପିଏଫ୍, କତୁରୁ ଅଞ୍ଚଳ ମଧ୍ୟ ସିସିଟିଭି ନଜରରେ ରହିଛି । ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାର ବିକାଶ ପାଇଁ ଅନୁଦାନର ଅଭାବ ନାହିଁ ଆଗକୁ ଆହୁରି ଅନେକ ଜାଗାରେ ସିସିଟିଭିର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏସପି ବିବେକାନନ୍ଦ ଶର୍ମା । ସୁରକ୍ଷା ବ୍ୟବସ୍ଥାର ପ୍ରମୁଖ ମାଧ୍ୟମ ପାଲଟିଥିବା ସିସିଟିଭି ଯୋଜନା କାର୍ଯ୍ୟକାରୀହେବା ଫଳରେ ଚୋରୀ ଡକାୟତି ଠାରୁ ଆରମ୍ଭ କରି ଅସାମାଜିକ କାର୍ଯ୍ୟକଳାପ ପୋଲିସର ନିୟନ୍ତ୍ରଣକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.