ETV Bharat / state

ଅଭିନବ ଉପାୟ, ଗଞ୍ଜେଇ ଚୋରା ଚାଲାଣରେ ଦିବ୍ୟାଙ୍ଗ ସାଜିଛନ୍ତି ମାଧ୍ୟମ - ଗଞ୍ଜେଇ ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି ରାୟଗଡା

ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି । ଗଞ୍ଜେଇ ଚୋରା ଚାଲାଣକାରୀ ଏବେ ନୂଆ ନୂଆ ତରିକା ଅପଣାଉଛନ୍ତି । ହେଲେ ଏବେ କାରା ପ୍ଲାନ ଟିକେ ଅଲଗା। ଯାହାକୁ ଦେଖିଲେ ପୋଲିସ ସନ୍ଦେହ ହିଁ କରିପାରିବ ନାହିଁ। ତେବେ ଚୋରା ଚାଲାଣକାରୀ ମାନେ ଏବେ ଦିବ୍ୟାଙ୍ଗଙ୍କୁ ଏହାର ମାଧ୍ୟମ ଭାବେ ବାଛିଛନ୍ତି। ଅଧିକ ଖବର ପଢନ୍ତୁ...

ଅଭିନବ ଉପାୟ, ଗଞ୍ଜେଇ ଚୋରା ଚାଲାଣରେ ଭିନ୍ନକ୍ଷମ ମାଧ୍ୟମ

author img

By

Published : Sep 20, 2020, 9:19 AM IST

Updated : Sep 20, 2020, 12:52 PM IST

ରାୟଗଡା: ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି । ଗଞ୍ଜେଇ ଚୋରା ଚାଲାଣକାରୀ ଏବେ ନୂଆ ନୂଆ ତରିକା ଆପଣାଉଛନ୍ତି । କେତେବେଳେ କଣ୍ଟେନର ଯୋଗେ ତ ପୁଣି କେତେବେଳେ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ । ହେଲେ ସବୁ କିଛି ଫସର ଫାଟିବା ସହ ଧରା ପଡିବାପରେ ଧୀରେ ଧୀରେ ଗୁମର ଖୋଲିବାରେ ଲାଗିଛି ।

ଗତ 14 ତାରିଖ ଦିନ ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଯାଉଥିଲା ତେଲ ଟ୍ୟାଙ୍କରକୁ ରାୟଗଡା ନିକଟବର୍ତି ଜଗନ୍ନାଥପୁର ଗାଁ ନିକଟରେ ପରିବହନ ବିଭାଗ ପକ୍ଷରୁ ଟ୍ୟାଙ୍କରକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। କିନ୍ତୁ ଡ୍ରାଇଭର ରାମ କୁମାର ନା ଗାଡି କାଗଜପତ୍ର ନା ଡ୍ରାଇଭିଙ୍ଗ ଲାଇସେନ୍ସ ନଦେବା ଫଳରେ ସନ୍ଦେହ ଦେଖାଦେଇଥିଲା ।

ଅଭିନବ ଉପାୟ, ଗଞ୍ଜେଇ ଚୋରା ଚାଲାଣରେ ଭିନ୍ନକ୍ଷମ ମାଧ୍ୟମ

ଆଶ୍ଚର୍ଯ୍ୟର କଥା ସେହି ଟ୍ୟାଙ୍କରର ଡ୍ରାଇଭର ରାମ କୁମାର ଜନ୍ମରୁ ପୋଲିଓ ରୋଗୀ ହୋଇଥିବା ବେଳେ ତାଙ୍କର ଗୋଟିଏ ଗୋଡ କାମ କରୁନାହିଁ । ଫଳରେ ସେ ଆଶାବାଡି ସହାୟତାରେ ଚଲାବୁଲା କରିପାରୁଛନ୍ତି । ଡ୍ରାଇଭର ରାମ କୁମାର ପୋଲିସକୁ କହିବା ମୁତାବକ ସେ ଜଣେ ପୋଲିଓ ରୋଗୀ ହୋଇଥିବାରୁ ତାଙ୍କୁ କେହି ସନ୍ଦେହ କରି ହେବ ନାହିଁ ତେଣୁ ସେ ଟ୍ୟାଙ୍କରକୁ ପାଟନା ନେବା ପାଇଁ ୧୦ ହଜାର ଟଙ୍କା ପାରିଶ୍ରିମିକ ନେଇଥିଲେ।

ଟ୍ୟାଙ୍କର ଭିତରେ କଣ ଅଛି ସେ ନେଇ ଡ୍ରାଇଭର ରାମ କୁମାର ଜାଣି ନଥିବା ପୋଲିସକୁ କହିଛି। ଏନେଇ ଜିଲ୍ଲା ପରିବହନ ଅଧିକାରୀଙ୍କ କହିବା କଥା ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଜଣେ ସୁସ୍ଥ ଏବଂ ସକ୍ଷମ ଥିବା ଆବଶ୍ୟକ । ୫୦ ଭାଗରୁ ଅଧିକ ଅକ୍ଷମଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଇପାରିବ ନାହିଁ । ତେବେ ରାମ କୁମାରଙ୍କ କ୍ଷେତ୍ରରେ ଡ୍ରାଇଭିଙ୍ଗ ଲାଇସେନ୍ସ ଆଦୌ ମିଳିପାରିବ ନାହିଁ । ଏଭଳି ସ୍ଥିତିରେ ସେ ଏତେ ବାଟ ଟ୍ୟାଙ୍କର ଭଳି ଗାଡିକୁ କିପରି ଆଣିଲେ ସେନେଇ ପ୍ରଶ୍ନ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Sep 20, 2020, 12:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.