ETV Bharat / state

ଚାରି କାନ୍ଥବାଡ ଭିତରେ ସୀମିତ ରହିଯାଉଛି କର୍କଟ ସଚେତନତା

ହସ୍ପିଟାଲରେ ଖୋଲିଛି କର୍କଟ ରୋଗ ଉପଶମ କେନ୍ଦ୍ର ହେଲେ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତର ନାହାଁନ୍ତି । ଅନ୍ୟ ବିଭାଗର ଡାକ୍ତର ଓ ନର୍ସଙ୍କ ସହାୟତାରେ ଚାଲିଛି କାମଚଳା ଚିକିତ୍ସା । ଫଳରେ ଏଠାରୁ ଆସୁଥିବା କର୍କଟ ରୋଗୀ ଉପଯୁକ୍ତ ଚିକିତ୍ସା ନପାଇ ଖର୍ଚ୍ଚାନ୍ତ ହେବା ସହ କଟକ କିମ୍ବା ପଡୋଶୀ ଆନ୍ଧ୍ରପ୍ରଦେଶ ଯିବାକୁ ବାଧ୍ୟ ହେଉଛନ୍ତି । ଆଗକୁ ପଢନ୍ତୁ...

cancer-awareness
cancer-awareness
author img

By

Published : Feb 4, 2020, 11:38 PM IST

ରାୟଗଡା: ଚାରି କାନ୍ଥବାଡ ଭିତରେ ସୀମିତ ରହିଯାଉଛି କର୍କଟ ସଚେତନତା ରୋଗର କାରଣ ଓ ନିରାକରଣ ସଚେତନତା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଛି । ହେଲେ ରାୟଗଡାରେ ଏହାର ବିପରୀତ ଅବସ୍ଥା ଦୃଶ୍ୟମାନ ହେଉଛି । ଦିନକୁ ଦିନ ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବଢି ଚାଲୁଥିବା ବେଳେ କର୍କଟ ରୋଗ ସଚେତନତା ବାର୍ତ୍ତା ହସ୍ପିଟାଲର ଚାରିକାନ୍ଥ ଭିତରେ ସୀମିତ ରହିଯାଉଛି ।

ହସ୍ପିଟାଲରେ ଖୋଲିଛି କର୍କଟ ରୋଗ ଉପଶମ କେନ୍ଦ୍ର ହେଲେ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତର ନାହାଁନ୍ତି । ଅନ୍ୟ ବିଭାଗର ଡାକ୍ତର ଓ ନର୍ସଙ୍କ ସହାୟତାରେ ଚାଲିଛି କାମଚଳା ଚିକିତ୍ସା । ଫଳରେ ଏଠାରୁ ଆସୁଥିବା କର୍କଟ ରୋଗୀ ଉପଯୁକ୍ତ ଚିକିତ୍ସା ନପାଇ ଖର୍ଚ୍ଚାନ୍ତ ହେବା ସହ କଟକ କିମ୍ବା ପଡୋଶୀ ଆନ୍ଧ୍ରପ୍ରଦେଶ ଯିବାକୁ ବାଧ୍ୟ ହେଊଛନ୍ତି । ଏପରିକି କଟକ ବଡ ଡାକ୍ତରଖାନାରେ ଚିକିତ୍ସା ଓ ଔଷଧ ପାଇବା ପାଇଁ ନାନାଦି ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀ ।

ଚାରି କାନ୍ଥବାଡ ଭିତରେ ସୀମିତ ରହିଯାଉଛି କର୍କଟ ସଚେତନତା

ଜିଲ୍ଲାରେ ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୂଚନା ଅନୁଯାୟୀ ଗତ ଏକବର୍ଷ ମଧ୍ୟରେ ଜିଲ୍ଲାରେ ୯୨୫ ଜଣଙ୍କୁ ମୁଖଗହ୍ବର କର୍କଟ ହୋଇଥିବାବେଳେ, ୨୦୮ ଜଣଙ୍କୁ ସ୍ତନକର୍କଟ, ୯୬ ଜଣ ଜରାୟୁ କର୍କଟ ରୋଗୀଙ୍କୁ ସ୍କ୍ରିନିଂ କରାଯାଇ ୪୨ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ କ୍ରମବର୍ଦ୍ଧିଷ୍ଣୁ କର୍କଟ ରୋଗକୁ ଦେଖି କିନ୍ତୁ ସୃଷ୍ଟି କରାଯାଉ ନାହିଁ ସଚେତନା।

କେବଳ ହାତଗଣତି ହସ୍ପିଟାଲ ନର୍ସ ଓ କର୍ମଚାରୀଙ୍କୁ ମିଟିଂରେ ସୀମିତ ରହି ଯାଉଛି ସଚେତନତା । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଦୋକାନରେ ମାଳମାଳ ଗୁଟ୍‍ଖା ସିଗାରେଟ୍‍ ଝୁଲୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କ୍ୟାନ୍ସର ଚିକିତ୍ସା ଠିକ୍‍ ଚାଲୁଥିବା ବେଳେ ଶିଳ୍ପାଞ୍ଚଳ ଯୋଗୁଁ ଏଠାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଉଥିବା କହିଛନ୍ତି ସିଡିଏମ୍‍ଓ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଚାରି କାନ୍ଥବାଡ ଭିତରେ ସୀମିତ ରହିଯାଉଛି କର୍କଟ ସଚେତନତା
Body:
ରୋଗର କାରଣ ଓ ନିରାକରଣ ସଚେତନତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଥିବା ବେଳେ ରାୟଗଡା ଜିଲ୍ଲାରେ ଏହାର ବିପରୀତ କଥା ଦେଖିବାକୁ ମିଳୁଛି । ଦିନକୁ ଦିନ ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବଢି ଚାଲୁଥିବା ବେଳେ କର୍କଟ ରୋଗ ସଚେତନତା ବାର୍ତ୍ତା ହସ୍ପିଟାଲର ଚାରିକାନ୍ଥ ଭିତରେ ସୀମିତ ରହିଯାଉଛି
ହସ୍ପିଟାଲରେ ଖୋଲିଛି କର୍କଟ ରୋଗ ଉପଶମ କେନ୍ଦ୍ର ହେଲେ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତର ନାହାନ୍ତି । ଅନ୍ୟ ବିଭାଗର ଡାକ୍ତର ଓ ନର୍ସଙ୍କ ସହାୟତାରେ ଚାଲିଛି କାମଚଳା ଚିକିତ୍ସା । ଫଳରେ ଏଠାରୁ ଆସୁଥିବା କର୍କଟ ରୋଗୀ ଉପଯୁକ୍ତ ଚିକିତ୍ସା ନପାଇ ଖର୍ଚ୍ଚାନ୍ତ ହେବା ସହ କଟକ କିମ୍ବା ପଡୋଶୀ ଆନ୍ଧ୍ରପ୍ରଦେଶ ଯିବାକୁ ବାଧ୍ୟ ହେଊଛନ୍ତି । ଏପରିକି କଟକ ବଡ ଡାକ୍ତରଖାନାରେ ଚିକିତ୍ସା ଓ ଔଷଧ ପାଇବା ପାଇଁ ନାନାଦି ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀ-
ବାଇଟ୍‍-ଗଣେଶ ଚୌଧୁରୀ-କ୍ୟାନ୍ସର ରୋଗୀ
ଭି.ଓ-ରାୟଗଡା ଜିଲ୍ଲାରେ ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୂଚନା ଅନୁଯାୟୀ ଗତ ଏକବର୍ଷ ମଧ୍ୟରେ ଜିଲ୍ଲାରେ ୯୨୫ ମୁଖଗହ୍ୱର କର୍କଟ, ୨୦୮ ଜଣ ସ୍ତନକକର୍ଟଟ, ୯୬ ଜଣ ଜରାୟୁ କର୍କଟ ରୋଗୀଙ୍କୁ ସ୍କ୍ରିନିଂ କରାଯାଇ୪୨ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ କ୍ରମବର୍ଦ୍ଧିଷ୍ରୁ କର୍କଟ ରୋଗକୁ ଦେଖି ସଚେତନା ସୃଷ୍ଟି କରାଯାଉ ନାହିଁ । କେବଳ ହାତଗଣତି ହସ୍ପିଟାଲ୍‍ ନର୍ସ ଓ କର୍ମଚାରୀଙ୍କୁ ମିଟିଂରେ ସିମୀତ ରହି ଯାଉଛି ସଚେତନତା । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଦୋକାନରେ ମାଳମାଳ ଗୁଟ୍‍ଖା ସିଗାରେଟ୍‍ ଝୁଲୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କ୍ୟାନ୍ସର ଚିକିତ୍ସା ଠିକ୍‍ ଚାଲୁଥିବା ବେଳେ ଶିଳ୍ପାଞ୍ଚଳ ଯୋଗୁଁ ଏଠାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଉଥିବା କହିଛନ୍ତି ସିଡିଏମ୍‍ଓ ।
ବାଇଟ୍‍-ଡ. ଆର୍ତ୍ତବନ୍ଧୁ ନାୟକ, ସିଡିଏମ୍‍ଓ, ରାୟଗଡା
ପିଟୁସି-ରଞ୍ଜନ ରଥ
Conclusion:ଚାରି କାନ୍ଥବାଡ ଭିତରେ ସୀମିତ ରହିଯାଉଛି କର୍କଟ ସଚେତନତା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.