ETV Bharat / state

ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ବସରେ ଲାଗିଲା ନିଆଁ

ରାୟଗଡା ସହର ଉପକଣ୍ଠରେ ଚଳନ୍ତା ବସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

ଚଳନ୍ତା ବସରେ ଲାଗିଲା ନିଆଁ,  ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Feb 13, 2021, 9:14 AM IST

Updated : Feb 13, 2021, 9:27 AM IST

ରାୟଗଡା: ଚଳନ୍ତା ବସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏମିତି ଏକ ଘଟଣା ଘଟିଛି ରାୟଗଡା ସହର ଉପକଣ୍ଠରେ । ଟଣା ସ୍ଥଳରେ ରାୟଗଡା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।

ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗତକାଲି ସନ୍ଧ୍ୟାରେ 40 ଯାତ୍ରୀଙ୍କୁ ନେଇ ନବରଙ୍ଗପୁର ଜିଲ୍ଲାର କଷାଗୁମୁଡାରୁ ଗଞାମ ଜିଲ୍ଲାର ପୋଲସରା ଯାଉଥିବାବେଳେ ବର୍ଷା ନାମକ ଏକ ଚଳନ୍ତା ଘରୋଇ ବସରେ ନିଆଁ ଲାଗିଥିବା ଜଣାପଡିଛି । ଫଳରେ ନିଆଁ ଲାଗି ଲୋକଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବାବେଳେ ବସଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ସୌଭାଗ୍ୟ ବସତଃ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସପଟେ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ଥିବା ଜଣାପଡିଛି । ସେପଟେ

ଯାତ୍ରୀମାନେ ନିଜ ନିଜର କ୍ଷତି ପୂରଣ ଦାବି କରିଛନ୍ତି ।

ସେପଟେ ଯାତ୍ରୀଙ୍କ କହିବାନୁଯାୟୀ, ରାସ୍ତାରେ ଗାଡିରୁ ଦୁର୍ଗନ୍ଧ ହେଉଥିବା ନେଇ ଯାତ୍ରୀମାନେ ପ୍ରଥମେ ଅଭିଯୋଗ କରିଥିଲେ । ହେଲେ ବସ କର୍ତ୍ତୃପକ୍ଷ ସେମାନଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ । ଶେଷରେ ନିଆଁ ଲାଗି ବସଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା । ଯାତ୍ରୀଙ୍କ କହିବାନୁଯାୟୀ ଯଦି ଶୀଘ୍ର ଅଗ୍ନିଶମବାହିନୀକୁ ସୂଚନା ଦିଆଯାଇଥାନ୍ତା ତେବେ ଅନେକ ଯାତ୍ରୀଙ୍କୁ ଜିନିଷ ନଷ୍ଟ ହୋଇନଥାନ୍ତା । ଏନେଇ ସେମାନେ ବସ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିବାବେଳେ ଉଭୟ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Feb 13, 2021, 9:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.