ETV Bharat / state

ରାୟଗଡାରେ ରାସ୍ତା କଡକୁ ଓଲଟିଲା ବସ, 3 ମୃତ

author img

By

Published : Nov 16, 2020, 11:21 PM IST

Updated : Nov 17, 2020, 12:40 AM IST

ରାୟଗଡାରେ ରାସ୍ତା କଡକୁ ଓଲଟିଲା ବସ, 3 ମୃତ
ରାୟଗଡାରେ ରାସ୍ତା କଡକୁ ଓଲଟିଲା ବସ, 3 ମୃତ

23:17 November 16

ରାୟଗଡାରେ ରାସ୍ତା କଡକୁ ଓଲଟିଲା ବସ, 3 ମୃତ

ରାୟଗଡାରେ ରାସ୍ତା କଡକୁ ଓଲଟିଲା ବସ, 3 ମୃତ

ରାୟଗଡା: ବିଷମ କଟକ ଥାନା ହଜାରିଡାଙ୍ଗ ନିକଟରେ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି  । ବସଟି ରାୟଗଡା ଜିଲ୍ଲା ଟିକିରୀରୁ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତ। କଡକୁ ଓଲଟି ପଡିଛି । ବର୍ତ୍ତମାନସୁଦ୍ଧା 3 ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ନେଇ ସୂଚନା । ଘଟଣା ସ୍ଥାଳରେ ଅଗ୍ନିଶ୍ରମ ବାହିନୀ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବସଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ତେବେ ଅନ୍ୟ ମୃତକମାନଙ୍କ ପରିଚୟ ମିଳିପାରିନାହିଁ । ଘଟଣା ରାତି ୧୦.୩୦ରେ ଘଟିଥିବା ବେଳେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବ୍ୟାହତ ଘଟିଛି ।

ଖବର ପାଇ ବିଷମକଟକ ଏବଂ ମୁନିଗୁଡ଼ାରୁ ଅଗ୍ନିଶ୍ରମ ବାହିନୀ ସହ ଦୁଇଟି ଥାନାର ପୋଲିସ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ୧୫ ଜଣ ଆହତଙ୍କୁ ବିଷମକଟକ ଏକ ହସପିଟାଲରେ ଭର୍ତି କରାଯାଇଛି । 

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Nov 17, 2020, 12:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.