ETV Bharat / state

କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଗିରଫ - ରାୟଗଡ଼ା କଲେଜ ଛାତ୍ର ହତ୍ୟା ଘଟଣା

Accused arrested over Youth Murder In Rayagada: ଶୁକ୍ରବାର ରାୟଗଡ଼ା ସହରରେ ହୋଇଥିବା କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ । 3 ଅଭିଯୁକ୍ତ ଗିରଫ । ଅଧିକ ପଢ଼ନ୍ତୁ

କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ
କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ
author img

By ETV Bharat Odisha Team

Published : Dec 16, 2023, 10:59 PM IST

କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ

ରାୟଗଡ଼ା: ଶୁକ୍ରବାର ରାୟଗଡ଼ା ସହରରେ ହୋଇଥିବା କଲେଜ ଛାତ୍ର ହତ୍ୟା ଘଟଣାର ଆଜି ପର୍ଦ୍ଦାଫାସ କରିଛି ପୋଲିସ । ପ୍ରେମ ବ୍ୟାପାର କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି । ରାୟଗଡ଼ା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଡିପିଓ ରଶ୍ମି ରଞ୍ଜନ ସେନାପତି ଓ ଆଇଆଇସି କେକେବିକେ କହଁର । ହତ୍ୟା ଘଟଣାରେ ଜଡ଼ିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ତେବେ ଏହି ହତ୍ୟାକାଣ୍ଡରେ ଗିରଫ ଯୁବକମାନେ ହେଲେ ରାୟଗଡ଼ା ବ୍ଲକ ଖିଲମିସଗୁଡ଼ା ଗ୍ରାମର ଦୀପନ କୁମାର ହିମିରିକା(୨୬), ଆୟରା ଓରଫ ମୁରଲି କଣ୍ଡାଗରି (୨୪) ଓ ରାଜୁ ଓରଫ୍ ହେମନ୍ତ ଜିଲାକାରା(୨୪) । ସେମାନଙ୍କ ଠାରୁ ଗୋଟିଏ ରକ୍ତ ଲଗା ଛୁରୀ, ଗୋଟିଏ ମୋବାଇଲ ଏବଂ ସ୍କୁଟି ଜବତ କରିଛି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୋଲିସ । ଦୀପନଙ୍କ ଭଉଣୀ ଓ ପ୍ରମୋଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଉଭୟ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିବା କାରଣରୁ ପ୍ରେମ ସମ୍ପର୍କକୁ ଦୀପନଙ୍କ ପରିବାର ବିରୋଧ କରୁଥିଲେ । ପରିବାରର ଶତ୍ରୁକୁ ଭଉଣୀ ଭଲ ପାଉଥିବାରୁ ଏହା ଦୀପନଙ୍କ ମନକୁ ଆଘାତ ଦେଇଥିଲା । ଏହାପରେ ପ୍ରମୋଦଙ୍କୁ ହତ୍ୟା କରାଯାଇଥିଲା। ଏହି କାରଣରୁ ହିଁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରେସ ବିବୃତିରେ ଉଲ୍ଲେଖ କରିଛି ।

ପ୍ରକାଶ ଥାଉକି, ଶୁକ୍ରବାର ସକାଳ ପ୍ରାୟ ୧୦ ଟା ସମୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଝିଅକୁ ସ୍କୁଲରୁ ନେଇ ଫେରୁଥିଲେ ତାଙ୍କ ଭଣଜା ମୃତ ପ୍ରମୋଦ କୁମାର କିଲାକା । ଫେରିବା ବାଟରେ ପ୍ରମୋଦ ଭଲପାଉଥିବା ଯୁବତୀଙ୍କ ଭାଇ ଦୀପନ ହିମିରିକା ଓ ତାଙ୍କ ଦୁଇ ସହଯୋଗୀ ମୃତ ପ୍ରମୋଦଙ୍କୁ ଗୌତମ ନଗର ଠାରେ ଅଟକାଇ କଥାବାର୍ତ୍ତା ହୋଇଥିଲେ । ଏହି ବାର୍ତ୍ତାଳାପ ପରବର୍ତି ସମୟରେ ଯୁକ୍ତିତର୍କରେ ପରିଣତ ହୋଇଥିଲା । ଏହାପରେ ଦୀପନ ଓ ତାଙ୍କ ଦୁଇ ସହଯୋଗୀ ପ୍ରମୋଦଙ୍କ ଉପରେ ଆକ୍ରମଣ କରି ଛୁରୀ ଭୁସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ........ଅଶାନ୍ତ ରାୟଗଡ଼ା, ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରି ଭୁଶି ହତ୍ୟା

ସେପଟେ ଘଟଣା ଘଟାଇବା ପରେ ଦୀପନ ଓ ତାଙ୍କ ସହଯୋଗୀ ଫେରାର ହୋଇଯାଇଥିଲେ । ଏହି ଘଟଣା ଖବରପାଇ ଗଙ୍ଗାଧର ପୁଆଲା ଓ ତାଙ୍କ ପରିବାରବର୍ଗ ସେଠାରେ ପହଞ୍ଚିଥିଲେ । ଖବରପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ ପ୍ରମୋଦଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏନେଇ ପ୍ରମୋଦଙ୍କ ଭାଇ ପ୍ରଦୀପ କଲାକା ଥାନାରେ ଲିଖିତ ଏତଲା ଦେଇଥିଲେ । ଘଟଣାସ୍ଥଳକୁ ଏସପି ବିବେକାନନ୍ଦ ଶର୍ମା, ଏଏସପି ବିଷ୍ଣୁ ପ୍ରସାଦ ପାତ୍ର, ଅସିତ ମହାନ୍ତି, ଏସଡିପିଓ ରଶ୍ମୀରଞ୍ଜନ ସେନାପତି ଓ ରାୟଗଡ଼ା ଆଇଆଇସି କେକେବିକେ କହଁର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତକୁ ଗୁରୁତର ସହିତ ନେଇ ଶୁକ୍ରବାର ସନ୍ଧ୍ୟା ଭିତରେ ଦୀପନ ଓ ଆୟରାଙ୍କୁ ଧରିଥିବା ବେଳେ ପରବର୍ତି ସମୟରେ ଅନ୍ୟ ଅଭିଯୁକ୍ତ ହେମନ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.