ETV Bharat / state

ରାୟଗଡାରେ ବଧୂହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା କୁମୁଟିପେଣ୍ଠ ଗାଁରେ ଗତକାଲି ସନ୍ଧ୍ୟାରେ ଜଣେ ନବବଧୂଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତକ ହେଲେ ରୋଜି ମଲ୍ଲିକ (୨୭) । ଅଧିକ ପଢନ୍ତୁ

author img

By

Published : Feb 1, 2022, 10:24 PM IST

bride suspected death in chandili police station of  rayagada
ରାୟଗଡାରେ ବଧୂହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାୟଗଡା: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା କୁମୁଟିପେଣ୍ଠ ଗାଁରେ ଗତକାଲି ସନ୍ଧ୍ୟାରେ ଜଣେ ନବବଧୂଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତକ ହେଲେ ରୋଜି ମଲ୍ଲିକ (୨୭) । ରୋଜିଙ୍କ ପରିବାର ଲୋକଙ୍କୁ ଶାଶୁ ଘର ଲୋକେ ଘଟଣା ସମ୍ପର୍କରେ ଜଣାଇବା ପରେ ରୋଜିଙ୍କ କକା ବିଜୟ କୁମାର ମଲ୍ଲିକ ଓ ପରିବାର ଲୋକ ଆଜି ସକାଳେ ରାୟଗଡାରେ ପହଞ୍ଚିଛନ୍ତି ।

ତେବେ ରୋଜିର ମୃତଦେହ ଦେଖିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହାପରେ ତାଙ୍କ ସ୍ଵାମୀ ସତ୍ୟଜିତ୍ ମଲ୍ଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ମୃତଦେହକୁ ପୁଲିସ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି । ତେବେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.