ETV Bharat / state

ବ୍ଳାକ ପଲସର୍‌ରେ ଆସି ଲୁଟିନେଲେ ତିନି କିଲୋ ସୁନା ଅଳଙ୍କାର - ମାତିଲେ ବ୍ଲାକ ପଲସର ଆତଙ୍କୀ

ରାୟଗଡ଼ାରେ ପୁଣି ମାତିଲେଣି କଳା ପଲସର ଲୁଟେରା । ତିନି କିଲୋ ସୁନା ଅଳଙ୍କାର ସହ ନଗଦ ଦୁଇ ଲକ୍ଷ ଟଙ୍କା ଝାମ୍ଫିନେଲେ । ଅଧିକ ପଢ଼ନ୍ତୁ

ପୁଣି ମାତିଲେ କଳା ପଲସର ଲୁଟେରା,  ତିନି କିଲୋ ସୁନା ଅଳଙ୍କାର, ନଗଦ ଦୁଇ ଲକ୍ଷ ଟଙ୍କା ଲୁଟ

author img

By

Published : Apr 26, 2022, 10:13 PM IST

ରାୟଗଡ଼ା: କିିଛିଦିନର ବ୍ୟବଧାନ ପରେ ପୁଣି ସକ୍ରିୟ କଳା ପଲସର ଲୁଟେରା । ବାଇକରେ ଆସି ତିନି କିଲୋଗ୍ରାମର ଗହଣା ସହ ଲୁଟିନେଲେ ନଗଦ ଦୁଇ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଣୁପୁର ରାସ୍ତାରେ । ସୂଚନାନୁସାରେ ଆଜି ସକାଳ ୧୦ଘଣ୍ଟା ସମୟରେ ଗୁଣୁପୁରର ସୁନା ବ୍ୟବସାୟୀ ଏସ୍ ବାବା ପ୍ରସାଦ ରାଓ ଘରୁ ବାହାରି ନିଜ ସୁନା ଦୋକାନକୁ ଯାଉଥିଲେ ।

ପୁଣି ମାତିଲେ କଳା ପଲସର ଲୁଟେରା, ତିନି କିଲୋ ସୁନା ଅଳଙ୍କାର, ନଗଦ ଦୁଇ ଲକ୍ଷ ଟଙ୍କା ଲୁଟ

ସେହି ସମୟରେ ଏକ କଳା ପଲସରରେ ଲୁଟେରା ମାନେ ଆସି ବାବା ପ୍ରସାଦ ରାଓଙ୍କ ଠାରୁ ତିନି କିଲୋ ସୁନା ଅଳଙ୍କାର ଏବଂ ନଗଦ ଦୁଇ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଛନ୍ତି । ଏନେଇ ସୁନା ବ୍ୟବସାୟୀ ଗୁଣୁପୁର ସଦର ଥାନାରେ ଅଭିଯୋଗ କରିଥିଲେ । ଗୁଣୁପୁର SDPO ଅଜୟ ବାରିକ ଗୁଣୁପୁର ଠାରୁ ପାରଳାଖେମୁଣ୍ଡି ଏବଂ ରାୟଗଡା କୋରାପୁଟ ରାସ୍ତାକୁ ସିଲ୍‌ କରିଦେଇଥିବା ସୂଚନା ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.