ରାୟଗଡା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ସରକାର ଚାଷୀଙ୍କ ଆୟ ଦ୍ବିଗୁଣା କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି ଲକ୍ଷ୍ୟରେ 3ଟି କୃଷି ଆଇନ ଅଣାଯାଇଛି । ଆଉ ଏହି ନେଇ ଅସନ୍ତୁଷ୍ଟି ପ୍ରକାଶ କରୁଥିବା ଚାଷୀଙ୍କୁ ସମସ୍ତ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବ ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ରାୟଗଡା ବିଜେପି ।
ବୁଧବାର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସରୋଜ ସାହୁ କହିଛନ୍ତି ଯେ, ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଜେପି ଆପ୍ରାଣ ଉଦ୍ୟମ କରିବ । ଏହି ଅବସରରେ ସେ MSP ଜାରିରହିବ, କଣ୍ଟାକ୍ଟ ଫାର୍ମିଙ୍ଗରେ ଜମି ଯିବନାହିଁ ବୋଲି କହିବା ସହ କେନ୍ଦ୍ରସରକାର ଚାଷୀଙ୍କ ପାଇଁ ସଏଲ ହେଲଥ କାର୍ଡ,କିଷାନ ନିଧି ଯୋଜନା, ପିଏମ୍ ଫସଲ ବୀମା ଯୋଜନା ଆଦି କରାଯାଇଥିବା ସୂଚନା ଦେଇଛନ୍ତି।
ଏହି ଅବସରରେ ଜିଲ୍ଲା ପ୍ରଭାରୀ ପ୍ରଶାନ୍ତ ପାଲ, ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ଉପସଭାପତି କାଳୀରମ ମାଝୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରଜତ ମାଦଳା ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ