ETV Bharat / state

ମନମୋହନଙ୍କ ଦୃଢୋକ୍ତି, ଏଥର ଓଡିଶାରେ ବିଜେପି ସରକାର

author img

By ETV Bharat Odisha Team

Published : Sep 16, 2023, 9:21 AM IST

2 ଦିନିଆ ରାୟଗଡା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କଲେ ବିଜେପି ରାଜ୍ୟ ସଭାପତି ।

2 ଦିନିଆ ରାୟଗଡା ଗସ୍ତରେ ମନମୋହନ ସାମଲ
2 ଦିନିଆ ରାୟଗଡା ଗସ୍ତରେ ମନମୋହନ ସାମଲ t

2 ଦିନିଆ ରାୟଗଡା ଗସ୍ତରେ ମନମୋହନ ସାମଲ

ରାୟଗଡା: 2 ଦିନିଆ ରାୟଗଡା ଜିଲ୍ଲା ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ସମୟରେ ସେ ବିଭିନ୍ନ କାର୍ଯକ୍ରମରେ ଯୋଗ ଦେଇଛନ୍ତି ।‌ ଗୁରୁବାରଠାରୁ ଦୁଇ ଦିନିଆ ଗସ୍ତରେ ଆସି ଜିଲ୍ଲାର 3 ଟି ନିର୍ବାଚନ ମଣ୍ଡଳୀ ଯଥା ଗୁଣୁପୁର, ବିଷମକଟକ, ଏବଂ ରାୟଗଡା ନିର୍ବାଚନ ମଣ୍ଡଳୀ ବୁଲି ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ ସାମଲ ।

ରାୟଗଡାରେ ବିଭିନ୍ନ ଦାବି ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଜାରି ରହିଥିବା ଆନ୍ଦୋଳନରେ ବି ସାମିଲ ହୋଇ ସେମାନଙ୍କୁ ସମର୍ଥନ କରିଥିଲେ ବିଜେପି ରାଜ୍ୟ ସଭାପତି । ଶୁକ୍ରବାର ଦିନ ରାୟଗଡାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମନମୋହନ ସାମଲ । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ରାସ୍ତା ଉପରେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ରାୟଗଡ଼ା ଜିଲ୍ଲା ସମେତ ରାଜ୍ୟରେ ଚାଷୀ ନିଜ ଜମିରେ ଜଳସେଚନ ପାଇବାରୁ ବଞ୍ଚିତ ହେଉଛନ୍ତି । ଦୀର୍ଘ ବର୍ଷ ଧରି ରାୟଗଡା ଜିଲ୍ଲାର ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ପାଣିଡଙ୍ଗର ଠାରେ ବଂଶଧାରା ନଦୀ ଉପରେ ଆଡିବନ୍ଧ କରି ଜଳ ଯୋଗାଣ ପାଇଁ ସରକାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଏ ଯାଏଁ ମାଟି ମୁଠାଏ ମଧ୍ୟ ପଡ଼ିପାରିଲାଣି ବୋଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ୧୦ ଲକ୍ଷ ହେକ୍ଟର ଜମି ଜଳସେଚିତ କରିବା ବିଜେଡି ସରକାରଙ୍କ ଲକ୍ଷ୍ୟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. BJP To Boycott Speaker Election: ବିଧାନସଭା ବାଚସ୍ପତି ନିର୍ବାଚନ ବର୍ଜନ କରିବ ବିଜେପି

ସରକାରଙ୍କ ମିଛ ପ୍ରତିଶ୍ରୁତି ଯୋଗୁଁ ଜିଲ୍ଲାରେ ଲୋକମାନେ ଏବେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି । ରାୟଗଡ଼ା ଜିଲ୍ଲାରେ ବିଜେପିରେ ଭଲ ସଂଗଠନ ରହିଛି । ଆଗାମୀ ନିର୍ବାଚନରେ ବିଜେପି ବିଜୟୀ ହେବ ଓ ରାଜ୍ୟରେ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ।

ଅନ୍ୟପଟେ ଆସନ୍ତା ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା । ଏହାଦ୍ବାରା ସମସ୍ତ ବର୍ଗର ଲୋକ ଉପକୃତ ହେବେ ବୋଲି କହିଛନ୍ତି ସଭାପତି ମନମୋହନ ସାମଲ । ମନମୋହନଙ୍କ ସହିତ ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, ଜାତୀୟ ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ କାଳିରାମ ମାଝୀ ପ୍ରମୁଖ ରାୟଗଡା ଗସ୍ତ କରିଥିଲେ।

ରାୟଗଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.