ରାୟଗଡା: ଜିଲ୍ଲାରେ ମାସେ ହେବ ମଣ୍ଡି ଖୋଲିଲାଣି । ହେଲେ ଏ ଯାଏଁ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ । ଏପଟେ ମଣ୍ଡି ଓ ଟୋକନ ବ୍ୟବସ୍ଥାରେ ସ୍ୱଚ୍ଛତା ରହୁ ନ ଥିବା ଅଭିଯୋଗ କରିଛି ବିଜେପି । ଏନେଇ ଉପଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି ।
ଜିଲ୍ଲାରେ ମଣ୍ଡି ଖୋଲିବାକୁ ମାସେ ବିତିଗଲାଣି । ହେଲେ ଚାଷୀ ଏ ଯାଏଁ ଧାନ ବିକ୍ରି କରିପାରୁ ନାହାନ୍ତି । ପ୍ରକୃତ ଚାଷୀ ଠିକ ସମୟରେ ଟୋକନ ପାଇ ନାହାଁନ୍ତି । ଜମି ଭେରିଫିକେସନ ନାମରେ ତହସିଲ କାର୍ଯ୍ୟାଳୟରେ ଚାଷୀଙ୍କୁ ଶୋଷଣର ଶିକାର ହେବାକୁ ପଡୁଛି । ଭେରିଫିକେସନ ଓ ଟୋକନ ପ୍ରଦାନରେ ବିଳମ୍ବ ଯୋଗୁଁ ଚାଷୀମାନେ ଅମଳ ଧାନକୁ ମଣ୍ଡିକୁ ନେଇ ନ ପାରି ଖଳାରେ ଶୀତ କାକରରେ ଜଗି ରହୁଛନ୍ତି । ଏହାକୁ ଦୃଢ ନିନ୍ଦା କରିଛି ବିଜେପି ।
ଏନେଇ ଗୁରୁବାର ଅମଳ ପୂର୍ବରୁ ଜମି ଭେରିଫିକେସନ ଦଲାଲ ରାଜ , ମଣ୍ଡି ଓ ଟୋକନ ବ୍ୟବସ୍ଥାରେ ସ୍ବଚ୍ଚତା ଆଣିବାକୁ ଉପ ଜିଲ୍ଲାପାଳଙ୍କୁ ଦାବି କରିଛି ବିଜେପି । ବିଜେପି ପକ୍ଷରୁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ