ରାୟଗଡା: ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ତେଜସ୍ବୀ ହୋଟେଲ ଠାରେ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ଦେଶରେ ନାଗରିକତା ସଂଶୋଧନ ଅଧିନିୟମ (CAA)କୁ ଲାଗୁ କରିବା ପରେ ଏହି ଅଧିନିୟମକୁ ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷରେ ସାରା ଦେଶରେ ଦଳ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି ।
ଦେଶରେ ନୂତନ ନାଗରିକତା ଆଇନକୁ ବିରୋଧୀ ଦଳର ନେତା ମାନେ ବିଭ୍ରାନ୍ତ କରି ଦୋଶବାସୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ହେଲେ ଦେଶରେ ଆଜି ମଧ୍ୟ ମୁସଲମାନ ଭାଇ ମାନେ ସୁରକ୍ଷିତ ଅଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ତଥା ପ୍ରବକ୍ତା ଗୋଲାକ ବିହାରି ମହାପାତ୍ର ବିଭିନ୍ନ ଦେଶରେ ଉତ୍ପୀଡନର ଶିକାର ହୋଇ ଭାରତରେ ଶରଣ ନେଇଥିବା 6ଟି ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ନାଗରିକତା ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲା ବଜେପି ସଭାପତି ଶିବ ପଟ୍ଟନାୟକ, ବରିଷ୍ଠ ନାଗରିକ ଓ ଆଇନଜୀବୀ ଏଥିରେ ଯୋଗଦେଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ