ETV Bharat / state

ଆନ୍ଧ୍ରର ଭ୍ରମ ସୃଷ୍ଟିକଲା ରାୟଗଡା, ଧୁମଧାମରେ ଭୋଗୀ ଉତ୍ସବ ପାଳିତ - Pongal

Bhogi Celebrated in Rayagada: ରାୟଗଡାରେ ରହୁଥିବା ତେଲୁଗୁମାନେ ବଡ଼ ଆଡମ୍ବର ସହ ପାଳନ କରିଛନ୍ତି ପୋଙ୍ଗଲ । ସହରକୁ ଦେଖି ଏମିତି ଲାଗୁଥିଲା ଯେମିତି ଏହା ଆନ୍ଧ୍ରପ୍ରଦେଶର ଏକ ଅଂଶ । ଅଧିକ ପଢ଼ନ୍ତୁ,

http://10.10.50.80:6060///finalout3/odisha-nle/finalout/14-January-2024/20508749_pongal.mp4
ଆନ୍ଧ୍ରର ଭ୍ରମ ସୃଷ୍ଟିକଲା ରାୟଗଡା
author img

By ETV Bharat Odisha Team

Published : Jan 14, 2024, 11:09 PM IST

ଆନ୍ଧ୍ରର ଭ୍ରମ ସୃଷ୍ଟିକଲା ରାୟଗଡା, ଧୁମଧାମରେ ଭୋଗୀ ଉତ୍ସବ ପାଳିତ

ରାୟଗଡା: ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ତାଙ୍କ ଦିଗ ପରିବର୍ତ୍ତନ କରି ଉତ୍ତରାୟଣ ଗତି କରିଥାନ୍ତି । ତେବେ ଓଡ଼ିଶାରେ ପାଳନ ହେଉଥିବା ମକର ସଂକ୍ରାନ୍ତିକୁ ଉତ୍ତର ଭାରତରେ ଲୋହରୀ, ପଶ୍ଚିମ ଏବଂ ଦକ୍ଷିଣରେ ଏହା ମକର ସଂକ୍ରାନ୍ତି ଏବଂ ପୁଶ ସଂକ୍ରାନ୍ତି, କେନ୍ଦ୍ରୀୟ ଭାରତରେ ଏହା ସୁକରାଟ, ଆସାମରେ ଏହାକୁ ମାଗ ବିହୁ, ପୂର୍ବରେ ଖିଚି ବୋଲି ମଧ୍ୟ କୁହାଯାଏ । ତେବେ ସାରା ଭାରତରେ ଏହାକୁ ବଡ଼ ଆଡମ୍ବରରେ ପାଳନ କରାଯାଏ । ଏହା ତେଲୁଗୁ ସମ୍ପ୍ରଦାୟର ଏକ ବଡ଼ ପର୍ବ ବୋଲି କୁହାଯାଏ । ସେନେଇ ରାୟଗଡାରେ ରହୁଥିବା ତେଲୁଗୁମାନେ ବଡ଼ ଆଡମ୍ବର ସହ ପାଳନ କରିଛନ୍ତି ପୋଙ୍ଗଲ । ଉତ୍ସବମୁଖରିତ ହୋଇଥିବା ସହରକୁ ଦେଖି ଏମିତି ଲାଗୁଥିଲା ଯେମିତି ଏହା ଆନ୍ଧ୍ରପ୍ରଦେଶର ଏକ ଅଂଶ ।

ଗତ କାଲି ରାତିରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ରୋଇତ କଲୋନି ଏବଂ ବୁଦାରା ପାଲାମା ମନ୍ଦିର ଭଳି ବିଭିର୍ଣ୍ଣ ସ୍ଥାନରେ ଏକତ୍ରିତ ହେଇ କାଠ ଓ ଗୋବର ଘସିରେ ପ୍ରସ୍ତୁତ ମାଳକୁ ଏକାଠି କରି ମଧ୍ୟ ରାତ୍ରର ଅମୃତ ବେଳରେ ଅଗ୍ନି ସଂଯୋଗ କରିଥିଲେ । ଏବଂ ସେହି ନିଆଁରେ ବଡ଼ ବଡ଼ ପାତ୍ରରେ ହଳଦୀ ଓ ନିମ୍ବ ପତ୍ରକୁ ପାଣିରେ ପକାଇ ଗରମ କରିଥାନ୍ତି ସେହି ପାଣିକୁ ପରିବାର ସମସ୍ତ ସଦସ୍ୟ ଗାଧୋଇଥାନ୍ତି ଏହି ପାଣିକୁ ପବିତ୍ର ମନେ କରାଯାଏ ଓ ଏହି ପାଣିରେ ଗାଧେଈଲେ କୌଣସି ରୋଗ ବୈରାଗ ହୁଏ ନାହିଁ ବୋଲି ସେମାନଙ୍କ ବିଶ୍ୱାସ ରହିଥାଏ। ରାତିରେ ସେହି ନିଆଁ ଚାରିପଟେ ଯୁବକ ଯୁବତୀ, ପିଲା ମାନେ ବୁଲି ନାଚ ଗୀତରେ ମସଗୁଲ ଥାଆନ୍ତି । ଦ୍ଵତିୟ ଦିନ ମକର ସଂକ୍ରାନ୍ତିରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ।ସେହିଭଳି ରାୟଗଡ ସହରରେ ଥିବା ତେଲୁଗୁ ସଂପ୍ରଦାୟଙ୍କ ବିଭିର୍ଣ୍ଣ କମିଟି ଲୋକେ ଏକାଠି ହୋଇ ଭୋଗୀ ଉତ୍ସବ ପାଳନ କରିଥିଲେ ।ନିଜନିଜ ଭିତରେ ଭାଇଚାରାର ବାର୍ତାକୁନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରି ନାଚ ଗୀତରେ ମସଗୁଲ ରହିଥିଲେ।

ଏହା ମଧ୍ୟ ପଢ଼ନ୍ତୁ... ମକରରେ ମାଞ୍ଜା ସୂତାକୁ ନା, ଖୋଲା ସ୍ଥାନରେ ଉଡାନ୍ତୁ ଗୁଡି

ତେଲୁଗୁ ସମ୍ପ୍ରଦାୟର ନିଆର ପର୍ବ ପୋଙ୍ଗଲ । ଯେତେବେଳେ ଫସଲ ଆମଦାନୀ ହୋଇ କ୍ଷେତରୁ ଘରକୁ ଅଣାଯାଏ ସେତେବେଳେ ପାଳନ କରାଯାଇ ଥାଏ ଏହି ପର୍ବ । କେବଳ ସେତିକି ନୁହେଁ ବିଶ୍ୱାସ ରହିଛି ଏହି ସମୟରେ ପିତୃପୁରୁଷଙ୍କ ଆଶିର୍ବାଦ ମଧ୍ୟ ମିଳିଥାଏ । ତେବେ ରାୟଗଡା ଜିଲ୍ଲା ଆନ୍ଧ୍ର ସୀମାନ୍ତ ଜିଲ୍ଲା ହୋଇଥିବାରୁ ଏଠାକାର ତେଲୁଗୁ ସଂପ୍ରଦାୟ ଲୋକେ ସହରରେ ଧୁମଧାମରେ ପାଳନ କରିଥାନ୍ତି ଏହି ପବିତ୍ର ପର୍ବକୁ । ମକର ସଂକ୍ରାନ୍ତିକୁ ଏମାନେ ପୋଙ୍ଗଲ ବା ଭୋଗି ଭାବେ ପାଳନ କରନ୍ତି ଏହାକୁ ତିନି ଦିନ ଧରି ପାଳନ କରାଯାଏ । ପ୍ରଥମ ଦିନରେ ଭୋଗୀ, ଦ୍ଵତିୟ ଦିନରେ ମକର ସଂକ୍ରାନ୍ତି ଓ ଶେଷ ଦିନକୁ କାନୁମୁ କୁହାଯାଏ । ଏହି ପୋଙ୍ଗଲ ଉତ୍ସବରେ ଲୋକେ ନିଜ ନିଜ ଘରକୁ ରଙ୍ଗୋଲି ଏବଂ ଆଲୋକ ମାଳାରେ ସଜାଇ ଥାନ୍ତି । ସମସ୍ତଙ୍କ ଘରକୁ ସେମାନଙ୍କ ବନ୍ଧୁ ବାନ୍ଧବ ମାନେ ଆସିଥାନ୍ତି ଏବଂ ସମସ୍ତଙ୍କ ପାଇଁ ନୂଆ ଲୁଗାପଟା କରାଯାଇଥାଏ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.