ETV Bharat / state

14 ଦଫା ଦାବି ନେଇ ରାୟଗଡାରେ ଭାରତୀୟ ମଜଦୁର ସଂଘର ବିକ୍ଷୋଭ ପ୍ରଦର୍ଶନ - Indian Workers' Union protests in Rayagada

କୋରୋନା କାଳରେ ସମସ୍ତଙ୍କ ଶ୍ରମିକ ଓ ମଜୁରିଆଙ୍କ ଜୀବିକା ସୁରକ୍ଷିତ ରଖିବାକୁ ଭାରତୀୟ ମଜଦୁର ସଂଘର ବିକ୍ଷୋଭ ପ୍ରଦର୍ଶନ । 14 ଦଫା ଦାବି ନେଇ ଏକ ମଜଦୁର ସଂଘ ପକ୍ଷରୁ ଏକ ରାଲି କରାଯାଇଥିଲା । ଅଧିକ ପଢନ୍ତୁ...

14 ଦଫା ଦାବି ନେଇ ରାୟଗଡାରେ ଭାରତୀୟ ମଜଦୁର ସଂଘର ବିକ୍ଷୋଭ ପ୍ରଦର୍ଶନ

author img

By

Published : Oct 9, 2020, 7:44 AM IST

ରାୟଗଡା:କୋରୋନା କାଳରେ ସମସ୍ତଙ୍କ ଶ୍ରମିକ ଓ ମଜୁରିଆଙ୍କ ଜୀବିକା ସୁରକ୍ଷିତ ରଖିବାକୁ ଭାରତୀୟ ମଜଦୁର ସଂଘର ବିକ୍ଷୋଭ ପ୍ରଦର୍ଶନ । ଗୁରୁବାର ପୌର ପରିଷଦ କାର୍ଯ୍ୟାଳୟ ଆଗରେ 14 ଦଫା ଦାବି ନେଇ ଏକ ରାଲି କରିଥିଲେ । ପୌର ନିର୍ବାହୀ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଲା ସଫେଇ ମଜଦୁର ସଂଘ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଗୁରୁବାର ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ସଫେଇ ମଜଦୁର ସଂଘ କୋଭିଡ-19 କୁ ଦୃଷ୍ଟିରେ ରଖି ସାମାଜିକ ସୁରକ୍ଷାକୁ ବଜାୟ ରଖି ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ବଜାର ଦେଇ, ରାୟଗଡା, ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

14 ଦଫା ଦାବି ନେଇ ରାୟଗଡାରେ ଭାରତୀୟ ମଜଦୁର ସଂଘର ବିକ୍ଷୋଭ ପ୍ରଦର୍ଶନ

ଦାବିପତ୍ର ଅନୁସାରେ ଏମାନେ ଅର୍ଥାଭାବ ଦେଖାଇ କୌଣସି ଠିକା କର୍ମଚାରୀଙ୍କୁ ଛୋଟେଇ କରାନଯାଉ। ଟ୍ୟାକ୍ସି, ଅଟୋ, ରିକ୍ସା ଚାଳକ, ପରିବା ବ୍ୟବସାୟୀ, ନିର୍ମାଣ ଶ୍ରମିକ ଓ ଉଠା ଦୋକାନୀ ଆଦି ସମସ୍ତ ଅଣ ସଙ୍ଘଠିତ ଶ୍ରମିକଙ୍କୁ ତାଲା ବନ୍ଦ ସମୟରେ ମାସିକ 2000 ଟଙ୍କା କୋରୋନା ସହାୟତା ରାଶି ପ୍ରଦାନ କରାଯାଉ। ପୌର ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାନଙ୍କୁ ତୁରନ୍ତ ସପ୍ତମ ବେତନ କମିଶନ ଲାଗୁ କରାଯାଉ, କୁଶଳୀ ଶ୍ରମିକର ଦିନିକିଆ ମଜୁରୀ ପ୍ରଦାନ କରାଯାଉ ଆଦି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।

ଏଥିସହ ଶ୍ରମିକ ଅସୁସ୍ଥ ହେଲେ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ପୌର ପରିଷଦ ବହନ କରୁ, ଶ୍ରମିକ ରହିବା ପାଇଁ ଉପଯୁକ୍ତ ବାସ ଗୃହ ଯୋଗାଇ ଦିଆଯାଉ, ସ୍ତ୍ରୀ କିମ୍ବା ପୁରୁଷ ଶ୍ରମିକ ଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ, ସଫେଇ କର୍ମଚାରୀଙ୍କୁ ପିଏଫ ଏବଂ ଇଏସଆଇ କାର୍ଡ ପ୍ରଦାନ କରାଯାଉ, ପର୍ବ ପର୍ବାଣୀରେ ବୋନସ୍‌ ପ୍ରଦାନ କରାଯାଉ। ପୌର ପରିଷଦରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପୌର ପରିଷଦର କର୍ମଚାରୀ ରୂପେ ଘୋଷଣା କରାଯିବା ପାଇଁ ଦାବି କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.