ETV Bharat / state

ଦେଶୀ ମଦଭାଟି ବନ୍ଦ ଦାବି; ଜିଲ୍ଲାପାଳଙ୍କୁ ମହିଳାଙ୍କ ଫେରାଦ - liquor protest

ରାୟଗଡା ଜିଲ୍ଳା କୁମାରୀଗୁଡା ଗ୍ରାମରେ ଅବକାରୀ ବିଭାଗର ପ୍ରସ୍ତାବିତ ଦେଶୀ ମଦଭାଟିକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ସ୍ଥାନୀୟ ମହିଳା । ଅଧିକ ପଢନ୍ତୁ...

ଦେଶୀ ମଦଭାଟି ବନ୍ଦ ଦାବି
ଦେଶୀ ମଦଭାଟି ବନ୍ଦ ଦାବି
author img

By

Published : Dec 4, 2020, 8:18 AM IST

ରାୟଗଡା:ସରକାରୀ ମଦଭାଟିକୁ ମହିଳାଙ୍କ ବିରୋଧ । ରାୟଗଡା ଜିଲ୍ଳା କୁମାରୀଗୁଡା ଗ୍ରାମରେ ଅବକାରୀ ବିଭାଗର ପ୍ରସ୍ତାବିତ ଦେଶୀ ମଦଭାଟିକୁ ବିରୋଧ କରିଛନ୍ତି ଅଞ୍ଚଳର ମହିଳା । ଗୁରୁବାର ଜଗନ୍ନାଥପୁର, କଡେଷୁ, ବିଷ୍ଣୁଗୁଡା ପ୍ରଭୃତି ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରଶାସନକୁ ଭେଟିବା ସହିତ ପ୍ରସ୍ତାବିତ ମଦଭାଟିକୁ ନ କରିବା ପାଇଁ ଦାବି କରିଛନ୍ତି ।

ଏହି ଅଞ୍ଚଳରେ ମଦଭାଟି ହେବା ଦ୍ବାରା ପୁରୁଷ ଲୋକ ମାନେ କାମକୁ ନଯାଇ ଦିନରାତି ମଦପିଇ ସର୍ବସ୍ବ ସାରିଦେଉଛନ୍ତି । ଫଳରେ ସବୁବେଳେ ପାରିବାରିକ ଅଶାନ୍ତି ଓ ହିଂସା ଲାଗି ରହୁଛି । ଗତବର୍ଷ ସ୍ଥାନୀୟ ଅଞ୍ଚଳର ଲୋକେ ମଦଭାଟି ବନ୍ଦ ପାଇଁ ବାରମ୍ବାର କହିବା ସତ୍ତ୍ବେ ପ୍ରଶାସନ ନଶୁଣିବାରୁ ମହିଳାମାନେ ଏକତ୍ରିତ ହୋଇ ଭାଟି ଭାଙ୍ଗିଦେଇଥିଲେ ।

ଜିଲ୍ଲାପାଳଙ୍କୁ ମହିଳାଙ୍କ ଫେରାଦ

ଏବର୍ଷ ପୁଣି ଏହି ଅଞ୍ଚଳରେ ମଦଭାଟି ପାଇଁ ଜନ ଅଭିଯୋଗ ନୋଟିସ ଜାରି କରାଯାଇଥିବାରୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ମହିଳା ।

ମଦଭାଟି ବନ୍ଦପାଇଁ ମହିଳାମାନେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କୁ ଭେଟି ଏନେଇ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ମହିଳାଙ୍କ ଦାବି ସମ୍ପର୍କରେ ପ୍ରଶାସନ ବିଚାର କରିବା ସାଙ୍ଗକୁ ଆଗାମୀ ଦିନରେ ଅବକାରୀ ଅଧିକାରୀ ଉକ୍ତ ଅଞ୍ଚଳ ଗସ୍ତ କରି ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.