ETV Bharat / state

କାଶୀପୁରରେ ହଇଜା ଆତଙ୍କ, ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି - କାଶୀପୁରରେ ହଇଜାରେ ଆଉ ଜଣେ ମୃତ୍ୟୁ

କାଶୀପୁରରେ କମୁନି ହଇଜା ପ୍ରକୋପ । ଆଉ ଜଣଙ୍କ ଜୀବନ ନେଲା ହଇଜା । ୧୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ

କାଶୀପୁରରେ ହଇଜା ଆତଙ୍କ
କାଶୀପୁରରେ ହଇଜା ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
author img

By

Published : Jul 27, 2022, 11:31 AM IST

Updated : Jul 27, 2022, 8:46 PM IST

ରାୟଗଡା: କାଶୀପୁରରେ କମୁନି ହଇଜା ପ୍ରକୋପ । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ହଇଜା । ଆଜି(ବୁଧବାର) ହଇଜା ଆଉ ଦୁଇଜଣଙ୍କ ଜୀବନ ନେଇଛି । ଏହାସହିତ ହଇଜା ଜନିତ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି । ମୃତକ ହେଲେ ଟିକିରି ଗ୍ରାମ ଜାମୁଗୁଡା ସାହିର ସୁନି ମାଝୀ (୫୬) ଓ ପାନବନ୍ଧ ଗ୍ରାମର ବିଟା ମାଝୀ (୨୭) । ଗତ କିଛିଦିନ ଧରି ଏମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଡାକ୍ତରଖାନାକୁ ନ ଯାଇ ଘରେ ହିଁ ଚିକିତ୍ସିତ ହେଉଥିଲେ । ବୁଧବାର ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

କାଶୀପୁରରେ ହଇଜା ଆତଙ୍କ

ଅନ୍ୟପଟେ ଆଜି ହଇଜାରେ ମୃତ୍ୟୁ ହୋଇଥିବା ଘଟଣାକୁ ପ୍ରଶାସନ ପକ୍ଷରୁ ସ୍ଵିକାର କରାଯାଇଛି । ଜିଲ୍ଲାପାଳ ସ୍ବଧା ଦେବ ସିଂ କହିଛନ୍ତି ଯେ, "ପୂର୍ବ ଅପେକ୍ଷା ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା କମୁଛି । ମୃତ ସୁନି ମାଝୀ ଆଜି ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ମେଡିକାଲ ସ୍ଥାନାନ୍ତରିତ ସମୟରେ ମୃତ୍ୟୁ ଘଟିଲା। ବର୍ତ୍ତମାନ ୨୯୭ ଗାଁରେ ସର୍ଭେଲେନ୍ସ କରାଯାଉଛି । ହସ୍ପିଟାଲ ନେବାରେ ଟିକେ ବିଳମ୍ବ ହେଲେ ରୋଗୀଙ୍କ ମୃତ୍ୟୁ ହେଇଯାଉଛି ।"

ସୂଚନାଅନୁସାରେ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ ରହିଛି । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୨୦ ଗ୍ରାମକୁ ହଇଜା କବଳିତ କରିଛି । ଏବେ ଯାଏଁ ୩୧୪ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚିଛି । ବ୍ଲକର ୨୯୭ ଗାଁରେ ସର୍ଭେଲେନ୍ସ ବୃଦ୍ଧି କରାଯାଇଛି । ୨୬୪ ଗାଁକୁ ବିଶୋଧନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କାଶୀପୁରରେ ହଇଜାରେ ଆଉ ଜଣେ ମୃତ: ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି

ଏହା ପୂର୍ବରୁ ଗତକାଲି(ମଙ୍ଗଳବାର) ଦିନ କାଶୀପୁରରେ ହଇଜା ଆଉ ଏକ ଜୀବନ ନେଇଥିଲା । ମୃତକ ଜଣକ ହେଲେ ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫) । ମହାମାରୀ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସତ୍ତ୍ବେ ସ୍ଥିତି ନିୟନ୍ତ୍ରଣକୁ ଆସିପାରୁନଥିବାରୁ ନେଇ ଚିନ୍ତା ବଢ଼ିଛି ।

ଇଟିଭି ଭାରତ, ରାୟଗଡା

Last Updated : Jul 27, 2022, 8:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.