ETV Bharat / state

କାଶୀପୁରରେ ହଇଜାରେ ଆଉ ଜଣେ ମୃତ: ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି

author img

By

Published : Jul 27, 2022, 8:25 AM IST

Updated : Jul 27, 2022, 9:12 AM IST

କାଶୀପୁରରେ ଆଉ ଏକ ଜୀବନ ନେଲା ହଇଜା । ୧୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ

କାଶୀପୁରରେ ହଇଜାରେ ଆଉ ଜଣେ ମୃତ: ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି
କାଶୀପୁରରେ ହଇଜାରେ ଆଉ ଜଣେ ମୃତ: ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି

ରାୟଗଡା: କାଶୀପୁରରେ ବେଲଗାମ ହେଉଛି ହଇଜା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ମଙ୍ଗଳବାର କାଶୀପୁରରେ ହଇଜା ଆଉ ଏକ ଜୀବନ ନେଇଛି । ମୃତକ ଜଣକ ହେଲେ ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)। ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସେ ଡାକ୍ତରଖାନାକୁ ଯାଇନଥିଲେ । ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହାସହିତ ହଇଜା ଜନିତ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି । ତେବେ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ ରହିଛି । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୨୦ ଗ୍ରାମକୁ ହଇଜା କବଳିତ କରିଛି । ଏବେ ଯାଏଁ ୩୧୩ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି । ବ୍ଲକର ୨୯୭ ଗାଁରେ ସର୍ଭେଲେନ୍ସ ବୃଦ୍ଧି କରାଯାଇଛି । ୨୬୪ ଗାଁକୁ ବିଶୋଧନ କରାଯାଇଛି ।

ଇଟିଭି ଭାରତ, ରାୟଗଡା

Last Updated : Jul 27, 2022, 9:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.