ETV Bharat / state

ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ, ରାୟଗଡ଼ା ଆସିବେ ଆଉ ଗୋଟିଏ ଟିମ୍ - ରାୟଗଡ଼ା ଏସପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ

ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ତେବେ ଘଟଣାର ଅଧିକ ଅନୁସନ୍ଧାନ ପାଇଁ ଦୁଇ ଦିନ ମଧ୍ୟରେ କ୍ରାଇମବ୍ରାଞ୍ଚ ତରଫରୁ ଆଉ ଗୋଟିଏ ଟିମ୍ ରାୟଗଡ଼ା ଆସିବେ ବୋଲି ସୂଚନା ମିଳିଛି । ସେପଟେ ୪ ସପ୍ତାହ ମଧ୍ୟରେ ଘଟଣାର ସମସ୍ତ ବିବରଣୀ ପ୍ରଦାନ କରିବା ପାଇଁ ରାୟଗଡ଼ା ଏସପିଙ୍କୁ ନୋଟିସ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଅଧିକ ପଢ଼ନ୍ତୁ

ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ

author img

By

Published : Jan 2, 2023, 10:57 PM IST

ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ

ରାୟଗଡ଼ା: ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ଚତୁର୍ଥ ଦିନରେ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ । ଋଷ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣାର ତଦନ୍ତ ରାୟଗଡ଼ା ଠାରେ କ୍ରାଇମବ୍ରାଞ୍ଚ ଟିମ୍ ଆଜି ମଧ୍ୟ ଜାରି ରଖିଛି । ତେବେ ଘଟଣାର ଅଧିକ ଅନୁସନ୍ଧାନ ପାଇଁ କ୍ରାଇମବ୍ରାଞ୍ଚ ତରଫରୁ ଆଉ ଗୋଟିଏ ଟିମ୍ ରାୟଗଡ଼ା ଆସିବେ ବୋଲି ସୂଚନା ମିଳିଛି । ଦୁଇ ଦିନ ମଧ୍ୟରେ ଅନ୍ୟ ଟିମ୍ ଆସି ପ୍ରଥମ ଟିମକୁ ସହାୟତା କରିବେ ।

ଆଜି କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ବରେ ଆସିଥିବା ୧୨ ଜଣିଆ ଟିମ୍ ତଦନ୍ତ ଜାରି ରଖିଛି । ଆଜି ସାଇଣ୍ଟିଫିକ ଓ ଫରେନ୍‌ସିକ ଟିମ୍ ଏଥିରେ ସାମିଲ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ସାକ୍ଷାତ କରି ପୁଣି କିଛି ତଥ୍ୟ ସଂଗ୍ରହ କରିଛନ୍ତି । ଏହାପରେ ହୋଟେଲ ଆସି କର୍ମଚାରୀଙ୍କୁ ଜେରା କରିଥିବା ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତୋ ଓ ଇନ୍ସପେକ୍ଟର ମମତା ରାଣୀ ପଣ୍ଡା କର୍ମଚାରୀଙ୍କୁ ଜେରା କରି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି । ଗତ ଶନିବାର ଦିନ ଶ୍ମଶାନରୁ ଦୁଇ ମୃତକଙ୍କ ହାଡ, ପାଉଁଶ ସମେତ ଶରୀରର ଅନ୍ୟ ଅଂଶ ସଂଗ୍ରହ କରାଯାଇଥିଲା । ତାହା ଭୁବନେଶ୍ବର ଯାଞ୍ଚ ପାଇଁ ପଠାଯାଇଛି ।

ଗତ ଶନିବାର ଦ୍ବିତୀୟ ମୃତକ ପାଭେଲଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଗଣମାଧ୍ୟମର ହସ୍ତଗତ ହୋଇଥିବା ବେଳେ ଗତକାଲି ପ୍ରଥମ ମୃତକ ବିଦାନୋଭଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଥିଲା । ଏଣେ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ରାୟଗଡ଼ା ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ୪ ସପ୍ତାହ ମଧ୍ୟରେ ଘଟଣାର ସମସ୍ତ ବିବରଣୀ ପ୍ରଦାନ କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.