ETV Bharat / state

ରାୟଗଡା ସଦର ମହକୁମାରେ ପାଳିତ ହେଲା ଆମ୍ବେଦକର ଜୟନ୍ତୀ

author img

By

Published : Apr 14, 2021, 9:28 PM IST

ରାୟଗଡା ସଦର ମହକୁମାଠାରେ ଭାରତର ସମ୍ଭିଧାନ ପ୍ରଣେତା ଭାରତ ରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ । ଅଧିକ ପଢନ୍ତୁ....

ରାୟଗଡା ସଦର ମହକୁମାରେ ପାଳିତ ଆମ୍ବେଦକର ଜୟନ୍ତୀ

ରାୟଗଡା : ରାୟଗଡା ସଦର ମହକୁମାଠାରେ ଭାରତର ସମ୍ଭିଧାନ ପ୍ରଣେତା ଭାରତ ରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତହସିଲ କାର୍ଯ୍ୟାଳୟ ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଭିଡ ଗାଇଡଲାଇନ କଡାକଡି ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା ।

ଏଥିରେ ଜଗନ୍ନାଥ ସlରକା, ମନ୍ତ୍ରୀ ଅନୁସୁଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା କଲ୍ୟାଣ, ଓଡିଶା, ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଅଧ୍ୟକ୍ଷ ଜିଲ୍ଲା ପରିଷଦ ରାୟଗଡା ଗଙ୍ଗାଧର ପୁଆଲା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡ଼ିଏ, ରାୟଗଡା ମହେଶ୍ୱର ନାଏକ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା, ଵରିଷ୍ଠ ନାଗରିକ ଜୟରାମ ଜେନା, ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଳନ୍ଧର ପୁଷିକାଙ୍କ ସମେତ ଆମ୍ବେଦକର ପ୍ରେମୀ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଚଳିତ ବର୍ଷ ମହାମାରୀ କୋରୋନା ପାଇଁ ସୀମିତ ଲୋକଙ୍କୁ ନେଇ ଏହି ଜୟନ୍ତୀ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମାସ୍କ, ସାନିଟାଇଜର ବ୍ୟବହାର କରି ପାଳନ କରାଯାଇଥିଲା l ସେହିପରି ସ୍ଥାନୀୟ ରମlଟକିଜ ଛକରେ ଅବସ୍ଥାପିତ ପ୍ରତିମୂର୍ତ୍ତୀରେ ମଧ୍ୟ ସମସ୍ତ ଅତିଥି ଯୋଗଦାନ କରି ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ, ସେବାସ୍ତମ୍ଭର କର୍ମକର୍ତ୍ତାମାନେ ମିଳିତ ଭlବରେ ଆୟୋଜନ କରିଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.