ETV Bharat / state

ଗୌରୀ ମିଶ୍ର ମୃତ୍ୟୁ ଘଟଣାରେ ନୂଆ ମୋଡ଼, ମୃତ୍ୟୁ ସମ୍ପର୍କରେ ଜାଣିଥିବା ଯୁବକଙ୍କୁ ଅପହରଣ ! - ରାୟଗଡ଼ା ଖବର

ଗୁଣପୁର ଗୌରୀ ମିଶ୍ର ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ମୃତ୍ୟୁ ସମ୍ପର୍କରେ ଜାଣିଥିବା ଯୁବକଙ୍କୁ ଅପହରଣ ନେଇ ଆସିଲା ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 25, 2023, 10:36 PM IST

ଗୌରୀ ମିଶ୍ର ମୃତ୍ୟୁ ଘଟଣାରେ ନୂଆ ମୋଡ଼

ରାୟଗଡ଼ା: ଗୁଣୁପୁର ବଂଶଧାରା ନଦୀ ଓଭରବ୍ରିଜ ନିକଟରେ ଗୁଳିମାଡ଼ରେ ଆଶା ସଂସ୍ଥା ନିର୍ଦ୍ଦେଶକ ଗୌରୀ ମିଶ୍ର ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ଏହି ହତ୍ୟାକାଣ୍ଡକୁ ମାସେ ବିତିଯାଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ଅପହରଣ ଅଭିଯୋଗ ଆଣିଛନ୍ତି ପରିବାର । ଉକ୍ତ ଯୁବକ ଜଣକ ଗୌରିଙ୍କ ମୃତ୍ୟୁର ରହସ୍ୟ ଜାଣିଥିବାରୁ ତାଙ୍କୁ କେହି ଦୁର୍ବୃତ୍ତ ବିଶାଖାପାଟଣାରୁ ଅପହରଣ କରି ନେଇଥିବା ପରିବାର ଅଭିଯୋଗ କରିଛନ୍ତି ।

ମେ ୧୩ ତାରିଖର ରାତ୍ରି ୯.୪୦ ସମୟରେ ବଂଶଧାରା ବ୍ରିଜ ଉପରେ ଦୁର୍ବୃତ୍ତଙ୍କ ଗୁଳିରେ ସ୍ଵେଚ୍ଛାସେବୀ ଗୌରୀ ମିଶ୍ର ମୃତ୍ୟୁବରଣ କରିଥିଲେ । ଇତି ମଧ୍ୟରେ ୧ ମାସ ୧୫ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କୌଣସି ଟେର ପାଇପାରୁନଥିଲା । ତେବେ ଆଜି ହଠାତ ଗୁଣୁପୁର କୁମ୍ଭାର ସାହିର ଭି.ଲକ୍ଷ୍ମୀ ନାମକ ଜଣେ ମହିଳା ଗୁଣପୁର ଥାନାର ଦ୍ଵାରସ୍ଥ ହୋଇ ନିଜ ପୁଅ ଭି ରାଜେସ ଗତ ରବିବାର ଠାରୁ ନିଖୋଜ ଥିବା ଏବଂ ତାଙ୍କୁ କେହି ଅପହରଣ କରି ନେଇଥିବା ନେଇ ଅଭିଯୋଗ କରିଥିଲେ । ଗୁଳିମାଡ଼ରେ ମୃତ୍ୟୁ ହୋଇଥିବା ଗୌରୀ ମିଶ୍ର ଘଟଣା ରହସ୍ୟ ସମ୍ପର୍କରେ ତାଙ୍କ ପୁଅ ଜାଣିଥିବା ସେ ପୋଲିସକୁ ସୂଚନା ଦେଇଥିଲେ ।

ନିଖୋଜ ରାଜେଶ ଭୁବନେଶ୍ବରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ବିଶାଖାପାଟଣାରେ ଅଜଣା କଲ୍ ଆସିବାରୁ ସେ ସେଠାରେ ଓହ୍ଲାଇ ପଡିଥିଲେ । ରାଜେଶ ଏହାପରେ ତାଙ୍କ ମା' ସହିତ ଯୋଗାଯୋଗ କରି ଗୌରୀ ମିଶ୍ର ହତ୍ୟାକାଣ୍ଡରେ କ୍ରିଷ୍ଣା ଓ ଜିକେ ନାମକ 2 ଯୁବକ ଜଡିତ ଥିବା ନେଇ ତାଙ୍କ ମାଆକୁ କହିଥିଲେ । ଯୁବକ ରାଜେଶ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜାଣିଥିବା ହେତୁ ବିଶାଖାପାଟଣାରୁ କେହି ତାକୁ ଅପହରଣ କରିଥିବା ନେଇ ପୋଲିସ ପାଖରେ ଅଭିଯୋଗ କରିଛନ୍ତି ରାଜେସଙ୍କ ମା’ ଭି ଲକ୍ଷ୍ମୀ । ଗୁଣୁପୁର ଭଳି ଶାନ୍ତି ଅଞ୍ଚଳରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ ହୋଇପଡ଼ିଛନ୍ତି ।

ଏହା ବି ପଢନ୍ତୁ- ଗୁଣୁପୁର ଗୌରୀ ମିଶ୍ର ହତ୍ୟାକାଣ୍ଡକୁ ବିତିଲା 30 ଦିନ, ହତ୍ୟାକାରୀରେ ପତ୍ତା ପାଉନି ପୋଲିସ

ଗୁଳିକାଣ୍ଡର ନୂଆ ସୁରାକ ପଦାକୁ ଆସିବା ପରେ ଅଭିଯୁକ୍ତକୁ ଧରିବା ଦିଗରେ ଗୁଣୁପୁର ପୋଲିସ ପାଇିଁ ଆଶା ସଞ୍ଚାର କରିଛି । ରାଜେଶ ଯଦି ଦୋଷୀ ତାକୁ ଯାହା ଦଣ୍ଡ ଦେଲେ ଆପତ୍ତି ନଥିବା ରାଜେଶର ମାଆ କହୁଥିବା ବେଳେ ରାଜେଶକୁ ଉଦ୍ଧାର କରିବା ପାଇଁ ସେ ପୋଲିସ ନିକଟରେ ଦାବି କରିଛନ୍ତି । ଜମିଜମା କ୍ରୟବିକ୍ରୟକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ଯଦିଓ ଅନୁମାନ କରାଯାଉଛି ତେବେ ହତ୍ୟାର କାରଣ କଣ ଏଯାଏଁ ଲୋକଲୋଚନକୁ ଆସିପାରିନାହିଁ । ମୃତ ଗୌରି ମିଶ୍ର ବାଇପାସ୍ ମୁଖ୍ୟରାସ୍ତାରେ ଥିବା ମୂଲ୍ୟବାନ ଜମି ଗତ ୧୦ବର୍ଷ ପୂର୍ବେ କିଣାବା ପାଇଁ ଏଗ୍ରିମେଣ୍ଟ କରିଥିଲେ ।

ଏହି ଜମିର ରେଜିଷ୍ଟ୍ରେସନକୁ ନେଇ ଜମି ହିତାଧିକାରୀ ପରିବାର ସହ ମୃତ ଗୌରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା । ଏ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବିଳମ୍ବରେ ହେଲେ ମଧ୍ୟ ଏହି ଘଟଣାରେ ଫର୍ଦ୍ଦାଫାସ ହେବାକୁ ଆଜିର ଏହି ଘଟଣା ଅଧିକ ସହାୟକ ହୋଇପାରିବ । ପ୍ରକୃତରେ ଏହି ହତ୍ୟାକାଣ୍ଡରେ କେତେଜଣ ସମ୍ପୃକ୍ତ ଅଛନ୍ତି ଓ କେତେ ଟଙ୍କାର ଡିଲ୍ ହୋଇଛି, କେତେ ଦିନହେଲା ଏନେଇ ଯୋଜନା ହୋଇଥିଲା ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ଅନ୍ୟପକ୍ଷରେ ଥାନାରେ ଏହି ଘଟଣଆରେ ୨ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.