ETV Bharat / state

ଘରୋଇ କ୍ଲିନିକରେ ବନ୍ଧା ପଡିଛି ନବଜାତକ ! ମୁକୁଳାଇବା ଚିନ୍ତାରେ ଆଦିବାସୀ ପରିବାର

ରାୟଗଡ଼ା ସହରର ଏକ ଘରୋଇ କ୍ଲିନିକରୁ ଗୋଟିଏ ନବଜାତ ଶିଶୁପୁତ୍ର ନିଖୋଜ ଘଟଣା । ଅଧିକ ପଢନ୍ତୁ

author img

By

Published : Jun 3, 2022, 1:00 PM IST

ଘରୋଇ କ୍ଲିନିକରେ ବନ୍ଧା ପଡିଛି ନବଜାତକ ! ମୁକୁଳାଇବା ଚିନ୍ତାରେ ଆଦିବାସୀ ପରିବାର
ଘରୋଇ କ୍ଲିନିକରେ ବନ୍ଧା ପଡିଛି ନବଜାତକ ! ମୁକୁଳାଇବା ଚିନ୍ତାରେ ଆଦିବାସୀ ପରିବାର

ରାୟଗଡା: ରାୟଗଡ଼ା ସହରର ଏକ ଘରୋଇ କ୍ଲିନିକରୁ ନବଜାତ ଶିଶୁପୁତ୍ର ନିଖୋଜ ଘଟଣା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଲିଖିତ ଭାବେ ଅଭିଯୋଗ କରାଯିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏତଲା ଦିଆଯାଇଛି ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ।

ସୂଚନା ଅନୁସାରେ,ରାୟଗଡା ବ୍ଲକ ଅନ୍ତର୍ଗତ କାରୁବାଇ ଗାଁର ରାଇସିଂ ମେଲେକାଙ୍କ ସ୍ତ୍ରୀ ପ୍ରଭାତୀ ମେଲେକା ଗତ ମାର୍ଚ୍ଚ ୧୭ରେ କାରୁବାଇରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ହେଲେ ପ୍ରସବ ବେଦନା ସହିନପାରି ଶେଷରେ ଆଖି ବୁଜିଦେଲେ ପ୍ରଭାତୀ । ପରେ ଏଏନଏମ ଓ ଆଶା କର୍ମୀ ପରିବାର ପାଖରୁ ଶିଶୁକୁ ଚିକିତ୍ସା କରାଇବା କହି ରାୟଗଡ଼ା ଆଣିଥିଲେ ।

ତେବେ ରାୟଗଡ଼ା ଅଣାଯିବା ପରେ ସେହି ଅଞ୍ଚଳର ଏଏନଏମ ଶିଶୁକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ନ କରି ଏକ ଘରୋଇ କ୍ଲିନିକ ନେଇଥିଲେ । ସେଠାରେ ଭର୍ତ୍ତି କରିବା ପରେ ଶିଶୁର ମାଗଣା ଚିକିତ୍ସା କରାଯାଉଛି ବୋଲି ମଧ୍ୟ କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ଶିଶୁର ବାପା ରାଇସିଂ ଓ ପରିବାର ଲୋକ ଆସିଲା ବେଳକୁ ଶିଶୁକୁ ଘରୋଇ କ୍ଲିନିକ କର୍ତ୍ତୃପକ୍ଷ ଆଉ ଦେଖାଇ ନଥିଲେ।

ପ୍ରାୟ ୨ ମାସରୁ ଅଧିକ ସମୟ ବିତିଗଲାଣୀ । ହେଲେ ଶିଶୁ ପୁତ୍ରର ଟେର ପାଉନାହାଁନ୍ତି ପରିବାର ଲୋକେ । ସେପଟେ, ଡାକ୍ତରଙ୍କ ପାଖରେ ୩୭,୫୦୦ ଟଙ୍କାରେ ଶିଶୁ ପୁତ୍ର ବନ୍ଧା ପଡିଥିବା କୁହାଯାଉଛି । ଏହି ସୂଚନା ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ। ତେବେ ଶିଶୁର ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଏତେ ପରିମାଣର ଅର୍ଥ ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.