ETV Bharat / state

ସମାନ କାମକୁ ସମାନ ଦରମା ଦାବି, ଗର୍ଜିଲା ଅଙ୍ଗନବାଡି କର୍ମଚାରୀ ସଂଘ - ରାୟଗଡ଼ାରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନବାଡି କର୍ମଚାରୀ ସଂଘ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢ଼ନ୍ତୁ

ସମାନ କାମକୁ ସମାନ ଦରମା ଦାବି, ରାୟଗଡ଼ାରେ ଗର୍ଜିଲେ୍‌ ଅଙ୍ଗନବାଡ଼ି କର୍ମଚାରୀ ସଂଘ

author img

By

Published : Apr 7, 2022, 10:49 PM IST

ରାୟଗଡ଼ା: ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନବାଡି କର୍ମଚାରୀ ସଂଘ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନବାଡି କର୍ମଚାରୀ ମହାସଂଘର ଆହ୍ଵାନରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ ଆସୋସିଏସନ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ସମାନ କାମକୁ ସମାନ ଦରମା ଦାବି, ରାୟଗଡ଼ାରେ ଗର୍ଜିଲେ୍‌ ଅଙ୍ଗନବାଡ଼ି କର୍ମଚାରୀ ସଂଘ

ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଶିଶୁବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବିପତ୍ର ପ୍ରଦାନ କରାଯାଉଛି । ଏହି କ୍ରମରେ ରାୟଗଡ଼ା ଜିଲ୍ଲା ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ ଆସୋସିଏସନ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି । ୧୪ ଦଫା ଦାବି ପୂରଣ ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହାପୂର୍ବରୁ ଅଙ୍ଗନବାଡ଼ି କର୍ମୀମାନେ ଏକ ପଦଯାତ୍ରାରେ ବାହାରି ଥିଲେ । ଆଜି ରାୟଗଡ଼ା ଜିଲ୍ଲା ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ୱାର୍କଶ ଆସୋସିଏସନ୍‌ର ଜିଲ୍ଲା ଶୋଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ଜିଲ୍ଲା ସମ୍ପାଦିକା ଉଷାରାଣି ଦାଶ ଙ୍କ ନେତୃତ୍ବ ରେ ସଂଘର ୧୧ଟି ବ୍ଳକର ସମସ୍ତ ସଭ୍ୟା ରାୟଗଡା ସ୍ଥିତ ଗାନ୍ଧୀପାର୍କ ସମ୍ମୁରେ ଏକତ୍ରିତ ହୋଇଥିଲେ । ସେଠାରୁ ବିରାଟ ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।

ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ପ୍ରଧାନଙ୍କୁ ସଂଘର ସଭ୍ୟମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କର ଯୋଜନା କୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଉଥିବା ଅଙ୍ଗନବାଡି କର୍ମୀଙ୍କ ପ୍ରତି ଯେଉଁ ଅନ୍ୟାୟ ମାନସିକ ଅତ୍ୟାଚାର ହେଉଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି ଅଙ୍ଗନବାଡ଼଼ି କର୍ମୀ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.