ETV Bharat / state

ଚୋରା ମଦ କାରବାର ଉପରେ ରାୟଗଡା ପୋଲିସର ଆଖି; ବ୍ୟାପକ ଦେଶୀ ମଦ ନଷ୍ଟ - alcohol destroy by police in rayagada

ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାପକ ଦେଶୀ ମଦ ଜବତ କରିଥିବା ବେଳେ ଚୋରା କାରବାରରେ ସଂପୃକ୍ତ ୨ ଜଣ ବେପାରୀଙ୍କୁ ମଧ୍ୟ ଗରିଫ କରିଛି କଲ୍ୟାଣସିଂହପୁର ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Nov 8, 2019, 1:31 AM IST

ରାୟଗଡା: ରାୟଗଡା ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ଚାଲାଣକୁ ରୋକିବା ପାଇଁ ରାୟଗଡା ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶର୍ବଣ ବିବେକ ଏମଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଜିଲ୍ଲାର ତିନୋଟି ପୋଲିସ ସବଡ଼ିଭିଜନର ଏସଡ଼ିପିଓଙ୍କ ନେତୃତ୍ବରେ ଅବକାରୀ ଏବଂ ପୋଲିସକୁ ନେଇ ତିନୋଟି ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରହିଛି ।

ଏହି ଟିମ ଚୋରା ମଦ ଆଡ୍ଡାସ୍ଥଳୀ ଉପରେ ଚଢାଉ ଆରମ୍ଭ କରିଛି । ଏହି କ୍ରମରେ ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାପକ ଦେଶୀ ମଦ ଜବତ କରିଥିବା ବେଳେ ଚୋରା କାରବାରରେ ସଂପୃକ୍ତ ୨ ଜଣ ବେପାରୀଙ୍କୁ ମଧ୍ୟ ଗରିଫ କରିଛି କଲ୍ୟାଣସିଂହପୁର ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସେହିପରି ଗୁଣପୁର ଉପଖଣ୍ଡ ପଦ୍ମପୁର ଥାନା ଅଧିନରେ ଥିବା ମରମା ପଞ୍ଚୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହାୟତାରେ ମଙ୍ଗଳଗୁଡ଼ା ଗାଁରେ ଚଢ଼ାଉ କରି ୩୦୦୦ ଲିଟର ମଦ ସହ ୨୧୦ ଲିଟର ମହୁଲି ମଦ ନଷ୍ଟ କରିଛନ୍ତି ।

ଏହି ଚଢାଉ ସମୟରେ ସେହି ଗାଁର ଗୋପାଳ ବିଡ଼ିକା ଏବଂ କଣ୍ଡାଗରି ବଡ଼ମାକୁ ଚୋରା ମଦ କାରବାରରେ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ରାୟଗଡ଼ା ଏସପି । ଏପଟେ କଲ୍ୟାଣସିଂହପୁର ବ୍ଲକରେ ବିଷାକ୍ତ ମଦ ପିଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଥିଲେ । ଏହାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏହି ଚଢ଼ାଉ ଜାରି ରହିଥିବା କହିଛନ୍ତି ଏସପି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଚୋରା ଦେଶୀ ମଦ ଭାଙ୍ଗିଲା ପୁଲିସBody:ରାୟଗଡା ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ଚାଲାଣକୁ ରୋକିବା ପାଇଁ ରାୟଗଡା ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶର୍ବଣା ବିବେକ ଏମଙ୍କ ପ୍ରତକ୍ଷ ତତ୍ୱା ବଧାନରେ ଜିଲ୍ଲାର ତିନୋଟି ପୁଲିସ ସବଡ଼ିଭିଜନର ଏସଡ଼ିପିଓଙ୍କ ନେତୃତ୍ୱରେ ଅବକାରି ଏବଂ ପୁଲିସକୁ ନେଇ ତିନୋଟି ଟିମ ଗଠନ କରାଯାଇ ବିଭିନ୍ନ ଅଚଂଳରେ ରେଡ଼ ଜାରି ରହିଛି । ଏହି ଟିମ ଚୋରା ମଦ ଆଡ୍ଡା ସ୍ଥଳୀ ଉପରେ ଚଢଉ ଆରମ୍ଭ କରିଛି । ଏହିକ୍ରମରେ ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢଉ କରି ବ୍ୟାପକ ଦେଶୀ ମଦ ଜବତ କରିଥିବା ବେଳେ ଚୋରା କାରବାରରେ ସଂପୃକ୍ତ ୨ ଜଣ ବେପାରୀଙ୍କୁ ମଧ୍ୟ ଗରିଫ କରିଛି କଲ୍ୟାଣସିଂହପୁର ପୋଲିସ । ସେହିପରି ଗୁଣପୁର ଉପଖଣ୍ଡ ପଦ୍ମପୁର ଥାନା ଅଡ଼ିନରେ ଥିବା ମରମା ପଚାଂୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସହାୟତାରେ ମଙ୍ଗଳଗୁଡ଼ା ଗାଁରେ ଚଢ଼ାଉ କରି ୩୦୦୦ ଲିଟର ପୋୁ ସହ ୨୧୦ ଲିଟର ମହୁଲି ମଦ ନଷ୍ଟ କରିଛନ୍ତି । ଏହି ରେଡ ସମୟରେ ସେହି ଗାଁର ଗୋପାଳ ବିଡ଼ିକା ଏବଂ କଣ୍ଡାଗରି ବଡ଼ମାକୁ ଚୋରା ମଦ କାରବାରରେ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ରାୟଗଡ଼ା ଏସପି । ଗତ ଦିନ କଲ୍ୟାଣସିଂହପୁର ବ୍ଲକରେ ବିଶାକ୍ତ ମଦ ପିଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨୦ରୁ ଉଦ୍ଧ୍ୱର୍ ଆସୁସ୍ଥ ହୋଇଥିଲେ । ଏହା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ମୁତାବକ ଏହି ଚଢ଼ାଉ ଜାରି ରହିଥିବା କହିଛନ୍ତି ରାୟଗଡ଼ା ଏସପି ଶର୍ବଣ ବିବେକ ।
Conclusion:ଚୋରା ଦେଶୀ ମଦ ଭାଙ୍ଗିଲା ପୁଲିସ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.