ରାୟଗଡା: ମହାମାରୀ କୋରୋନାର ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ରାୟଗଡାରେ ମଧ୍ୟ ବଢୁଛି କୋରୋନା । ଏନେଇ ପାରିକ୍ଷିତି ପଞ୍ଚାୟତକୁ 4 ଦିନିଆ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଏହାଫଳରେ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ବ୍ଲକ ସଦର ମହକୁମା ସହିତ ପଞ୍ଚାୟତ ଅଧିନରେ ଥିବା 36ଟି ଗାଁର ସମସ୍ତ ଦୋକାନ ବଜାର ଓ ଯାତାୟତ ସେବା ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
ପଞ୍ଚାୟତର ସବୁ ଗାଁର ରାସ୍ତାଘାଟ ଶୂନସାନ ରହିଥିଲା । ହାତଗଣତି କେତେକ ଜରୁରୀ କାଳୀନ ସେବା ଔଷଧ, ଏଲପିଜି ବିତରକ, ପେଟ୍ରୋଲ ପମ୍ପ ଆଦି ଦୋକାନକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମଇଳିଛି । ରାମନାଜୁଡ଼ା ସହରରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଜୋରଦାର କରାଯାଇଛି । ସରପଞ୍ଚଙ୍କ ନିର୍ଦ୍ଦେଶ ମାନି ଏହି ସଟଡାଉନ ନିୟମକୁ ପଞ୍ଚାୟତବାସୀ ପାଳନ କରିଛଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ