ETV Bharat / state

ଟମାଟୋ ବୋଝେଇ ପିକ୍ଅପ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର

ରାୟଗଡା ମାର୍କମା ସେତୁ ନିକଟରେ 20 ଫୁଟ୍ ତଳକୁ ଖସିଲା ଏକ ଟମାଟୋ ବୋଝେଇ ଟ୍ରକ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର । ଅଧିକ ପଢନ୍ତୁ...

author img

By

Published : Nov 19, 2020, 8:35 PM IST

ଟମାଟୋ ବୋଝେଇ ପିକ୍ଅପ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର
ଟମାଟୋ ବୋଝେଇ ପିକ୍ଅପ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର

ରାୟଗଡା: ଭାରସାମ୍ୟ ହରାଇ 20 ଫୁଟ୍ ତଳକୁ ଖସିପଡିଛି ଏକ ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପ୍ପର । ଏଭଳି ଏକ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ଥାନାରୁ ମାତ୍ର 1 କିଲୋମିଟର ଦୂରରେ ଥିବା ମାର୍କମା ସେତୁ ନିକଟରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ପିକ୍ଅପ୍ ଭ୍ୟାନଟି ବରଗଡରୁ ରାୟଗଡା ଅଭିମୁଖେ ଟମାଟୋ ନେଇ ଯାଉଥିଲା । ଏହିସମୟରେ ଜିଲ୍ଲାସ୍ଥିତ ମାର୍କମା ସେତୁ ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ 20 ଫୁଟ୍ ତଳକୁ ଖସିପଡିଥିଲା । ସୌଭାଗ୍ୟବଶତଃ ଗାଡିର ଡ୍ରାଇଭର ଓ ହେଲପ୍ପର ଏକ ନିଶ୍ଚିତ ବିପଦମୁଖରୁ ବର୍ତ୍ତିଯାଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗାଡିରେ 100 ପେଟିରୁ ଅଧିକ ଟମାଟୋ ଅନଲୋଡ୍ ହୋଇ ଯାଉଥିଲା, ଯାହାର ଆନୁମାନିକ ମୂଲ୍ୟ 65 ହଜାର ହେବ । ପୋଲିସ୍ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ଟମାଟୋ ନେଇଯାଇଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.