ETV Bharat / state

ରାୟଗଡ ଓଭର ବ୍ରିଜରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଲୋକେ - Raigada over bridge

ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଅନେକ ଜୀବନ । ବିଶାଖାପାଟଣାରୁ ସ୍କ୍ରାପ ନେଇ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ ହଠାତ ଓଭର ବ୍ରିଜ ଉପରେ ଓଲଟି ପଡିଥିଲା । ଅଧିକ ପଢନ୍ତୁ...

ରାୟଗଡ ଓଭର ବ୍ରିଜରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଲୋକେ

author img

By

Published : Aug 7, 2021, 7:09 AM IST

ରାୟଗଡା: ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଅନେକ ଜୀବନ । ବିଶାଖାପାଟଣାରୁ ସ୍କ୍ରାପ ନେଇ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ ହଠାତ ଓଭର ବ୍ରିଜ ଉପରେ ଓଲଟି ପଡିଥିଲା । ସୌଭାଗ୍ୟ ବଶତଃ ଟ୍ରକଟି ବ୍ରିଜ ଉପରୁ ତଳକୁ ଖସିବା ପୂର୍ବରୁ ବିଦ୍ୟୁତ ଖୁଣ୍ଟରେ ଅଟକି ଯାଇଥିଲା ଏବଂ ରାତି ସମୟ ହୋଇଥିବାରୁ ତଳେ ଥବା ପରିବା ବଜାର ବନ୍ଦ ରହିଥିଲା ।

ରାୟଗଡ ଓଭର ବ୍ରିଜରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଲୋକେ

ବ୍ରିଜ ପାର୍ଶ୍ଵରେ ରହିଥିବା ପିଲର ଗୁଡିକ ଚୁରମାର ହୋଇ ତଳେ ପଡିଥିବା ବେଳେ ଟ୍ରକରେ ଥିବା ସ୍କ୍ରାପ ଗୁଡିକ ମଧ୍ୟ ତଳେ ପଡିଯାଇଛି । ବ୍ରିଜ ତଳ ଭାଗ ଜନଗହଳିପୂର୍ଣ୍ଣ ସ୍ଥାନ ହୋଇଥିଲେ ବି ରାତି ସମୟ ଦୁର୍ଘଟଣା ହୋଇଥିବାରୁ ପରିବା ବଜାରରେ ଅନେକ ବ୍ୟବସାୟୀ ଏବଂ ସାଧାରଣ ଲୋକ ବର୍ତ୍ତି ଯାଇଛନ୍ତି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭର ମନିକଣ୍ଟାକୁ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଥାନାରେ ଅଟକ ରଖିଛି। ତେବେ ଡ୍ରାଇଭର ମଦ ପାନ କରି ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.