ରାୟଗଡା: ସରକାର କା ମାଲ ଦରିଆ ମେଁ ଡାଲ । ଉକ୍ତିଟିର ଏକ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଓରମାସ କାର୍ଯ୍ୟାଳୟରେ । ଓରମାସ ପକ୍ଷରୁ ଚାଷୀଙ୍କଠାରୁ କିଣାଯାଇଥିବା ପ୍ରାୟ 40 କ୍ବିଣ୍ଟାଲ ଆମ୍ବ ବିକ୍ର ହୋଇ ନପାରି ଏଠାରେ ପଚିସଢି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଲୋକଲୋଚନରୁ ବଞ୍ଚାଇବା ପାଇଁ କାର୍ଯ୍ୟାଳୟ ପରିସରରେ ହିଁ କର୍ମଚାରୀମାନେ ଏହି ଆମ୍ବଗୁଡିକୁ ଖତ ଗଦାରେ ପୋତି ଦେଇଛନ୍ତି ।
ସୂଚନା ଅନୁଯାୟୀ ସରକାରୀ ଖର୍ଚ୍ଚରେ ଚାଷୀଙ୍କ ଠାରୁ କିଣାଯାଇଥିବା ଏହି ଆମ୍ବଗୁଡିକୁ ବାହାରେ ବିକ୍ରି କରି ଲାଭ ପାଇବା କଥା । ହେଲେ କେଉଁ କାରଣରୁ ଆମ୍ବଗୁ଼ଡିକ ବିକ୍ରି ହୋଇନପାରି କାର୍ଯ୍ୟାଳୟ ପରିସରରେ ପଡି ନଷ୍ଟ ହେଲା ସେନେଇ ଏବେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ । ସେପଟେ ଏହି ଆମ୍ବଗୁଡିକ ରିଜେକ୍ଟ ମାଲ ବୋଲି କହି ସଫେଇ ଦେଇଛନ୍ତି ଓରମାସ ଅଧିକାରୀ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ