ETV Bharat / state

ବାଲ୍ୟ ବିବାହ ରୋକିବାକୁ ରାୟଗଡାରେ କର୍ମଶାଳା ଆୟୋଜିତ

author img

By

Published : Feb 10, 2021, 7:25 AM IST

ରାୟଗଡା ଜିଲ୍ଲାରେ 34.4 ପ୍ରତିଶତ 18 ବର୍ଷରୁ କମ୍‌ ଝିଅ ବାଲ୍ୟ ବିବାହ କରୁଛନ୍ତି । ଯାହାକୁ ନେଇ ଜିଲ୍ଲାରେ ଲୋକଙ୍କୁ ସଚେତନ କରିବାକୁ ଏକ କର୍ମଶାଳା କରାଯାଇଥିଲା । ଅଧିକ ପଢନ୍ତୁ...

ବାଲ୍ୟ ବିବାହ ରୋକିବାକୁ ରାୟଗଡାରେ କର୍ମଶାଳା ଆୟୋଜିତ
ବାଲ୍ୟ ବିବାହ ରୋକିବାକୁ ରାୟଗଡାରେ କର୍ମଶାଳା ଆୟୋଜିତ

ରାୟଗଡା: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରାୟଗଡା ଜିଲ୍ଲାରେ ଶିକ୍ଷା ପ୍ରଭାବର ସେମିତି ଆଖିଦୃଶିଆ ଦେଖିବାକୁ ମିଳେନାହିଁ । ଫଳରେ ଅଞ୍ଚଳରେ ଅନ୍ଧ ବିଶ୍ବାସ, କୁପ୍ରଥା ଭରପୁର ରହିଛି । ଜିଲ୍ଲାର ଡଙ୍ଗରିଆ, କୂଟିଆ,କୁଇ କାନ୍ଧ ସମ୍ପ୍ରଦାୟରେ କନିଆ ଝିକା ପରମ୍ପରା ରହିଛି । ଏପରିକି ଜିଲ୍ଲାରେ ବାଲ୍ୟବିବାହ କୁପ୍ରଥା ରହିଛି । ସରକାରୀ ରିପୋର୍ଟ ମୁତାବତ, ଜିଲ୍ଲାରେ 34.4 ପ୍ରତିଶତ ଯୁବତୀ 18 ବର୍ଷରୁ କମ ଅର୍ଥାତ 14ରୁ 17 ବର୍ଷ ମଧ୍ୟରେ ବିବାହ କରିଥାନ୍ତି । ଏପଟେ ଜିଲ୍ଲାର ଲିଙ୍ଗ ଅନୁପାତକୁ ଯଦି ଧ୍ୟାନ କରାଯାଏ ତେବେ 1000 ପୁରୁଷ ମଧ୍ୟରେ 1051 ଜଣ ମହିଳା ରହିଛନ୍ତି ।

ଅନ୍ୟ ଜିଲ୍ଲା ଭଳି ଏଠି ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ସମାଜ ମଙ୍ଗଳ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ଅନୁସ୍ତନ ସହ ଆକ୍ସନ ଏଡ଼ ଭଳି ଆଗ ଧାଡିଆ ଅନୁଷ୍ଟନ କାମ କରୁଛନ୍ତି । ବାଲ୍ୟବିବାହ ପ୍ରଥାକୁ ପ୍ରତିହତ କରିବାକୁ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଏକ କର୍ମଶାଳା ବ୍ଲକ ଅଧ୍ୟକ୍ଷା ଦେବକୀ ଗମାଙ୍ଗ ଙ୍କ ସଭାପତିଙ୍କ ଅନୁଷ୍ଠିତ ହୋଇଥିଲା । ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଶା, ଅଙ୍ଗନବାଡି କର୍ମୀ ମାନେ ଲୋକଙ୍କୁ ସଚେତନ କରିବା ଉପରେ ବିଡିଓ ଶାନ୍ତିପ୍ରଭା ପ୍ରଧାନ ଗୁରୁତ୍ବାରୋପ କରିଥିଲେ । ଯେଉଁଠି ଏଭଳି ଘଟଣା ଘଟୁଛି ତୁରନ୍ତ ଶିଶୁବିଭାଗ କିମ୍ବା ପୋଲିସକୁ ଖବର ଦେବାକୁ କୁହାଯାଇଛି । ଅନ୍ୟପଟେ କେନ୍ଦ୍ର ସରକାର ଯୁବତୀଙ୍କ ବିବାହ ବୟସ ୧୮ ରୁ ୨୧କୁ ବୃଦ୍ଧି କରିବା ଯୋଜନା କରୁଛନ୍ତି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.