ETV Bharat / state

ମହିଳାଙ୍କ ଗଳାକାଟି ହତ୍ୟା, ତଦନ୍ତ ଜାରି

author img

By

Published : Jan 24, 2021, 9:47 AM IST

Updated : Jan 24, 2021, 1:06 PM IST

ରାୟଗଡା ଜିଲ୍ଲା କୁମ୍ବିକଟା ପଞ୍ଚାୟତ ଅନ୍ତର୍ଗତ ହୁଲୁକା ତୁଣ୍ଡା ଗ୍ରାମରେ ମହିଳାଙ୍କୁ ଗଳାକାଟି ହତ୍ୟା । ଅଧିକ ପଢନ୍ତୁ...

ମହିଳାଙ୍କୁ ଗଳା କାଟି ହତ୍ୟା
ମହିଳାଙ୍କୁ ଗଳା କାଟି ହତ୍ୟା

ରାୟଗଡା: ମହିଳାଙ୍କୁ ଗଳାକାଟି ହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୁମ୍ବିକଟା ପଞ୍ଚାୟତ ଅନ୍ତର୍ଗତ ହୁଲୁକା ତୁଣ୍ଡା ଗ୍ରାମରେ । ଗାଁର ବିଜୟ ହୁଲୁକାଙ୍କ ସ୍ତ୍ରୀ କାସାଇ ହୁଲୁକା (୩୨) ଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବା ଜଣାପଡିଛି ।

ମହିଳାଙ୍କ ଗଳାକାଟି ହତ୍ୟା, ତଦନ୍ତ ଜାରି

ଗତକାଲି ତାଙ୍କ ସ୍ବାମୀ କୌଣସି କାମରେ ରାୟଗଡା ଯାଇଥିଲେ । ସେ ବିଳମ୍ବିତ ରାତିରେ ଫେରିବା ପରେ ଘରଟା ସାରା ରକ୍ତରେ ଜୁଡୁବୁଡୁ ହୋଇଥିବା ବେଳେ ମଝି ଘରେ ତାଙ୍କ ସ୍ତ୍ରୀ ଶୋଇଥିବା ଦେଖିବାକୁ ପାଇଥିଲେ । ପରେ ଗାଁ ଲୋକଙ୍କୁ ଖବର ଦେବା ପରେ କାସାଇକୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଥିଲା । ତେବେ ସ୍ତ୍ରୀ ବେକରେ ଥିବା ଗହଣା, କାନରେ ଥିବା କାନଫୁଲ ଏବଂ ତାଙ୍କ ଘରେ ଥିବା ଟଙ୍କା ବାକ୍ସ ଚୋରି ହୋଇଥିବା ଜଣାପଡିଛି । ସ୍ବାମୀ ବିଜୟ ହୁଲୁକା କୁମ୍ବିକଟା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ଆଜି ସନ୍ଧ୍ୟାରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Jan 24, 2021, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.