ETV Bharat / state

ରାୟଗଡ଼ାରେ ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ - ରାୟଗଡ଼ାରେ ଋଷିଆ ପର୍ଯ୍ୟଟକ

ରାୟଗଡ଼ା ବୁଲିବାକୁ ଆସି ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଋଷିଆର ବ୍ଲାଡ଼ିମିର ବିଦାନୋଭ ବୋଲି ଜଣା ପଡ଼ିଛି । ଅଧିକ ପଢ଼ନ୍ତୁ

Russian tourist died
ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ
author img

By

Published : Dec 23, 2022, 10:20 PM IST

ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ରାୟଗଡ଼ା: ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ପର୍ଯ୍ୟଟକ ହେଲେ ଋଷିଆର ବ୍ଲାଡ଼ିମିର ବିଦାନୋଭ । ଗତ ଡିସେମ୍ବର ୨୧ ତାରିଖ ଦିନ ଦାରିଙ୍ଗବାଡ଼ିଠାରୁ ସେ ରାୟଗଡ଼ା ଆସିଥିଲେ।

ଋଷିଆର ୪ ଜଣ ପର୍ଯ୍ୟଟକ ସହ ବିଦାନୋଭ ରାୟଗଡ଼ା ଆସିଥିଲେ । ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂ ସନ୍ଦେହ ପ୍ରକାଶ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ହୋଇନଥିବା ଯୋଗୁଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନାହିଁ ।

ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି । ଗତକାଲି(ଗୁରୁବାର) ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ହୋଟେଲ କର୍ମଚାରୀ ଓ ଗାଇଡ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏଥିସହ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗାଇଡ ସୂଚନା ଦେଇଛନ୍ତି । ମୃତ୍ୟୁ ପରେ ତାଙ୍କ ମୃତଦେହକୁ ମେଡିକାଲ ଶବଗୃହ ପରିସରରେ ରଖାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ମୃତକ ବିଦାନୋଭଙ୍କ ପରିବାର ରାୟଗଡ଼ା ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.