ରାୟଗଡା: ରାସ୍ତା ଅଭାବରୁ ଚାଲିବାକୁ ପଡିଲା 3 କିଲୋମିଟର ରାସ୍ତା । ଗର୍ଭ ଯନ୍ତ୍ରଣାକୁ ଖାତିର ନ କରି ଚାଲି ଚାଲି ୧୦୮ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଲେ ଗର୍ଭବତୀ । ପରେ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି ହେଲେ ଜନୈକା ଗର୍ଭବତୀ ମହିଳା ।
ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆଗୁଳ ପଞ୍ଚାୟତର ପଞ୍ଚୁବାଇ ଗାଁରେ । ପୁରୁଷୋତ୍ତମ ଗୁଲୁଡାକାଙ୍କ ସ୍ତ୍ରୀ କୁମାରୀ ସାରକାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆଶା ଦିଦିଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ଯିବା ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା । ତେଣୁ ବାଧ୍ୟ ହୋଇ ୩ କିଲୋମିଟର ଚାଲିବାକୁ ପଡିଥିଲା ଗର୍ଭବତୀଙ୍କୁ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ