ETV Bharat / state

ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ: ସନ୍ଦେହ ଘେରରେ ପୋଲିସ

ନାଳ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଗତ ଦୁଇ ଦିନ ହେଲା ନିଖୋଜ ଥିଲେ ସମ୍ପୃକ୍ତ ଯୁବକ । ଅଧିକ ପଢନ୍ତୁ...

author img

By

Published : Dec 24, 2020, 9:50 PM IST

ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ: ସନ୍ଦେହ ଘେରରେ ପୋଲିସ
ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ: ସନ୍ଦେହ ଘେରରେ ପୋଲିସ

ରାୟଗଡା: ନାଳ ମଧ୍ୟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଫୁଲଜବା ଗ୍ରାମରେ ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଛି । ମୃତ ବ୍ୟକ୍ତି ଉକ୍ତ ଗ୍ରାମର କସନା ମାଝୀ ଏବଂ ସେ ଗତ ଦୁଇ ଦିନ ହେଲା ନିଖୋଜ ଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେଉଁ ପରିସ୍ଥିତିରେ ଯୁବକଟିର ମୃତ୍ୟୁ ଘଟିଛି, ସେ ନେଇ ଖୋଳତାଡ ଚାଲିଛି ।

ସୂଚନାଯୋଗ୍ୟ, କସନା ମାଝୀ କୌଣସି ଏକ କାମରେ ଗତ ମଙ୍ଗଳବାର ନିଜ ଶଶୁର ଘର ଫଟାଗାଡ ଗ୍ରାମକୁ ଯାଇଥିଲେ । ଦୁଇ ଦିନ ହେଲା ନ ଫେରିବାରୁ ତାଙ୍କ ସ୍ତ୍ରୀ ସ୍ବାମୀକୁ ଖୋଜିବାକୁ ବାପଘରକୁ ଯାଇଥିଲେ । ତେବେ ଗତକାଲି ଠାରୁ କସନା ଶଶୁର ଘରୁ ଚାଲି ଯାଇଥିବା ତାଙ୍କ ସ୍ତ୍ରୀ ଘର ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ । ଏନେଇ ସନ୍ଦେହ ହେବାରୁ ଗାଁ ଲୋକେ ଓ ତାଙ୍କ ପରିବାର ଲୋକେ ମିଶି ଖୋଜାଖୋଜି କରିବାକୁ ଲାଗିଥିଲେ । ଶେଷରେ ଫୁଲଜବା ନିକଟସ୍ଥ ଏକ ନାଳରେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।

ଏ ସମ୍ପର୍କରେ ପରିବାର ଲୋକେ ଟିକିରି ଥାନା ପୋଲିସ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.