ETV Bharat / state

ମାନସିକ ବିକୃତଙ୍କ ଉନ୍ମତ କାଣ୍ଡ, 5 ଜଣଙ୍କୁ ଟାଙ୍ଗିଆରେ କଲେ ଆକ୍ରମଣ

ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ତଳ କଞ୍ଜାକଣା ଗ୍ରାମରେ ଜଣେ ମାନସିକ ବିକୃତଙ୍କ ଉନ୍ମତ କାଣ୍ଡ । ଗୋଡ଼େଇ ଗୋଡ଼େଇ 5 ଜଣଙ୍କୁ ହାଣିଲେ । ଅଧିକ ପଢ଼ନ୍ତୁ...

A mentally ill person attacked five people in rayagada
ମାନସିକ ବିକୃତଙ୍କ ଉନ୍ମତ କାଣ୍ଡ, 5ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ
author img

By

Published : Feb 1, 2021, 10:38 PM IST

ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ତଳ କଞ୍ଜାକଣା ଗ୍ରାମରେ ଜଣେ ମାନସିକ ବିକୃତଙ୍କ ଉନ୍ମତ କାଣ୍ଡ । ଗାଁର ବେସୁ ମାଝୀ କୌଣସି କାରଣରୁ ଉତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ଉକ୍ତ ଗ୍ରାମର ୫ ଜଣଙ୍କୁ ଆକ୍ରମଣ କରିଥିଲା । ଏଥିରେ ୫ଜଣ ଗୁରୁତର ଆହତ ହୋଇଥିଲେ। ଏନେଇ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ କଲ କରି ଆହାତ ମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଛନ୍ତି।

ମାନସିକ ବିକୃତଙ୍କ ଉନ୍ମତ କାଣ୍ଡ, 5ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ

କୌଣସି ମତେ ଗାଁ ଲୋକେ ଅଭିଯୁ୍କ୍ତକୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଘଟଣାକୁ ନେଇ କାଶୀପୁର ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ବେସୁ ମାଝୀକୁ ଉଦ୍ଧାର କରିବା ସହ ଥାନାରେ ଥାନାରେ ଅଟକ ରଖିଛନ୍ତି।

ଆକ୍ରମଣର ଶିକାର ହୋଇଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଆକ୍ରମଣରେ କୌଣସି କାରଣ ଜଣାପଡି ନଥିବା ବେଳେ ବେସୁ ମାଝୀ ଜଣେ ମାନସିକ ରୋଗୀ ବୋଲି ଜଣାପଡିଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.