ETV Bharat / state

ସାପ କାମୁଡାରେ ୫ ବର୍ଷୀୟ ଶିଶୁ ମୄତ - child death

ଗୁରୁବାର ନରେନ୍ଦ୍ର ଲିମା ନାମକ ଜଣେ ୫ ବର୍ଷୀୟ ଶିଶୁର ସାପ କାମୁଡାରେ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Aug 29, 2019, 9:09 PM IST

ରାୟଗଡା: ସାପ କାମୁଡାରେ ଜଣେ ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । ମୃତ ଶିଶୁ ଜଣଙ୍କ ହେଲେ ନରେନ୍ଦ୍ର ଲିମା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ନରେନ୍ଦ୍ର ନିଜ ଘର ବାରଣ୍ଡାରେ ଥିବା ଖଟ ଉପରେ ଖେଳୁଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡିଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା ।

ମାତ୍ର ସେଠାରେ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ବାପା ଜଗନ ଲିମା ଅଭିଯୋଗ କରିଥିଲେ । ଏହାପରେ ମୁଖ୍ୟ ଚିକିତ୍ସାଳୟ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା ।

ଏପଟେ ନରେନ୍ଦ୍ରଙ୍କ ମା ଫୁଲମତି ନିଜ କାନ୍ଧରେ ପୁଅର ମୃତଦେହକୁ ନେଇ ଚିକିତ୍ସାଳୟରୁ ଅଧା ବାଟ ଚାଲିଯିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ପରେ ଉତ୍ତେଜନା ହ୍ରାସ ପାଇଥିଲା

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ସାପ କାମୁଡାରେ ଶିଶୁ ମୄତ୍ୟୁ।Body:ସାପ କାମୁଡାରେ ଜଣେ ୫ବର୍ଷର ଶିଶୁର ମୃତ୍ୟୁକୁ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ମୃତକ ଶିଶୁ ହେଲେ ନରେନ୍ଦ୍ର ଲିମା। ଆଜି ମଧ୍ୟାହ୍ନ ୧୨ଟା ସମୟରେ ନିଜ ଘର ବାରଣ୍ଡାରେ ଖଟ ଉପରେ ବସି ଗୋଡ ତଳକୁ କରି ଖେଳୁଥିବା ସମୟରେ ଏକ ବିଷଧର ସାପ କାମୁଡିବା ଫଳରେ ସେ ଗୁରୁତର ହେବାରୁ ମାତ୍ର ୧୫ମିନିଟ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ବାପା ଜଗନ ଲିମା । ମା ଫୁଲମତି ନିଜ କାନ୍ଧରେ ପୁଅର ଶବକୁ ନେଇ ଚିକିତ୍ସାଳୟରୁ ଅଧା ଦୂର ବାଟ ଚାଲିଯିବା ବେଳେ ପୋଲିସ ପଂହଚି ବୁଝାସୁଝା ପରେ ଉତ୍ତେଜନା ହ୍ରାସ ପାଇଥିଲା ।Conclusion:ସାପ କାମୁଡାରେ ଶିଶୁ ମୄତ୍ୟୁ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.