ETV Bharat / state

ଦୀର୍ଘ ମାସ ପରେ ସ୍କୁଲ ଗଲେ ୯ମ ଶ୍ରେଣୀ ଛାତ୍ରଛାତ୍ରୀ - ସ୍କୁଲ ଗଲେ ୯ମ ଶ୍ରେଣୀ ଛାତ୍ରଛାତ୍ରୀ

ଦୀର୍ଘ ଦିନ ପରେ ପ୍ରଥମେ ଦଶମ ଏବଂ ଦ୍ଵାଦଶ ପରେ ଆଜି ସାରା ରାଜ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ ୯ମ ଶ୍ରେଣୀର ପିଲାଙ୍କ ପାଇଁ ସରକାର ଖୋଲିଲେ ସ୍କୁଲ । ସୋମବାରଠାରୁ ରାୟଗଡା ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଆରମ୍ଭ ହୋଇଛି ୯ମ ଶ୍ରେଣୀର ପିଲାଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା । ଅଧିକ ପଢନ୍ତୁ...

ଦୀର୍ଘ ମାସପରେ ସ୍କୁଲ ଗଲେ ୯ମ ଶ୍ରେଣୀ ଛାତ୍ରଛାତ୍ରୀ

author img

By

Published : Feb 8, 2021, 10:54 PM IST

ରାୟଗଡା: ଦୀର୍ଘ ଦିନ ପରେ ପ୍ରଥମେ ଦଶମ ଏବଂ ଦ୍ଵାଦଶ ପରେ ଆଜି ସାରା ରାଜ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ ୯ମ ଶ୍ରେଣୀର ପିଲାଙ୍କ ପାଇଁ ସରକାର ଖୋଲିଲେ ସ୍କୁଲ । ସୋମବାରଠାରୁ ରାୟଗଡା ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଆରମ୍ଭ ହୋଇଛି ୯ମ ଶ୍ରେଣୀର ପିଲାଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ।

ଦୀର୍ଘ ମାସପରେ ସ୍କୁଲ ଗଲେ ୯ମ ଶ୍ରେଣୀ ଛାତ୍ରଛାତ୍ରୀ
ଦୀର୍ଘ ମାସପରେ ସ୍କୁଲ ଗଲେ ୯ମ ଶ୍ରେଣୀ ଛାତ୍ରଛାତ୍ରୀ

ସଦର ମହକୁମାର ଗୋବିନ୍ଦ ଚନ୍ଦ୍ର ଦେଵ ଉଚ୍ଚ ବିଦ୍ୟାଳୟ, ଗୋପବନ୍ଧୁ ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଆରଡବ୍ଲୁ ଏସ ଏସ ଉଚ୍ଚ ବିଦ୍ୟାଳୟ ସହ ଅନ୍ୟ ବିଦ୍ୟାଳୟ ଗୁଡିକରେ ମଧ୍ୟ ଆରମ୍ଭ ହୋଇଛି କ୍ଲାସ । କୋଭିଡ ନିୟମ ମଧ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ଵ ଦେଇ ସମସ୍ତ ସ୍କୁଲ ଖୋଲିଛି । ଆଜି ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ଦିନ ହୋଇଥିବାରୁ ବିଦ୍ୟାଳୟ ଗୁଡିକରେ ସନ୍ତୋଷଜନକ ଉପସ୍ଥାନ ଦେଖିବାକୁ ମିଳିନଥିଲା । ଯଦିଓ ସରକାର ନବମ ଶ୍ରେଣୀ ଛାତ୍ରଛାତ୍ରୀ ପାଇଁ ସ୍କୁଲ ଖୋଲିଲେ ତଥାପି ଅଭିଭାବକଙ୍କ ବିନା ସ୍ବୀକୃତି ପତ୍ରରେ ସ୍କୁଲକୁ ପ୍ରବେଶ ଅନୁମତି ଦିଆଯାଉନାହିଁ ।

ତେବେ ଦୀର୍ଘ ଦିନ ପରେ ସ୍କୁଲ ଖୋଲିଥିବା ଫଳରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଖୁସି ପ୍ରକଟ କରିଛନ୍ତି । ସରକାରୀ ଗାଇଡ଼ଲାଇନ ଅନୁସାରେ ସମସ୍ତ ଛାତ୍ରଛାତ୍ରୀ ମାସ୍କ ପରିଧାନ କରି ବିଦ୍ୟାଳୟକୁ ଯାଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ତରଫରୁ ହ୍ୟାଣ୍ଡ ସାନିଟାଇଜ ସହ ଶ୍ରେଣୀ ଗୃହ ମଧ୍ୟରେ ଦୂରତା ରକ୍ଷା କରି ବସିବା ପାଇଁ ସମ୍ପୂର୍ଣ ବ୍ୟବସ୍ଥା କରାଯାଇଥିଲା ।

୯ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୮ ଠାରୁ ୧୧ଟା ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରଖାଯାଇଛି । ତେବେ ଆଜି ପ୍ରଥମ ଦିନରେ ଉପସ୍ଥାନ କମ ରହିଥିବା ବେଳେ ଆଉ ଦିନେ ଦୁଇଦିନ ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା ପରେ ଉପସ୍ଥାନ ବଢିବାର ଆଶା କରାଯାଉଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ ଚନ୍ଦ୍ର ବରିହା ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.