ETV Bharat / state

ସଟର ଭାଙ୍ଗି ରାୟଗଡା Flipkart ଶାଖାରୁ ଲୁଟି ନେଲେ 8 ଲକ୍ଷ

author img

By

Published : Dec 17, 2021, 7:15 AM IST

ରାୟଗଡା ସହରର FCI ଛକଠାରେ ଥିବା ଫ୍ଲିପକାର୍ଟ ଅନଲାଇନ ସାମଗ୍ରୀ ପ୍ରଦାନ ଶାଖାରୁ ୮ ଲକ୍ଷ ଲୁଟ୍(Loot From Flipkart Branch Rayagada) । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ସଟର ଭାଙ୍ଗି ରାୟଗଡା Flipkart ଶାଖାରୁ ଲୁଟି ନେଲେ 8 ଲକ୍ଷ
ସଟର ଭାଙ୍ଗି ରାୟଗଡା Flipkart ଶାଖାରୁ ଲୁଟି ନେଲେ 8 ଲକ୍ଷ

ରାୟଗଡା: ସହରର FCI ଛକଠାରେ ଥିବା ଫ୍ଲିପକାର୍ଟ ଅନଲାଇନ ସାମଗ୍ରୀ ପ୍ରଦାନ ଶାଖାରୁ ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ(Loot From Flipkart Branch Rayagada) । କେହି ଦୁର୍ବୃତ୍ତ ଶାଖା ଅଫିସ ତଥା ଗୋଦାମରୁ ଏହି ଚୋରି କରିଥିବା ଅଭିଯୋଗ ହୋଇଛି । ସଟର ଭାଙ୍ଗି ଲୁଟ ଘଟିଥିବା ସୂଚନା । ପୋଲିସର ତଦନ୍ତ ଜାରି ।

ସୂଚନା ଅନୁଯାୟୀ ଫ୍ଲିପକାର୍ଟ ଶାଖାର ମ୍ୟାନେଜର ଟି.ଲକ୍ଷ୍ମୀନାରାୟଣ ଗତକାଲି(ଗୁରୁବାର) ସକାଳୁ ଅଫିସ ଓ ଗୋଦାମ ଖୋଲିବା ପାଇଁ ଆସିଥିଲେ । କବାଟ ଖୋଲିବା ପାଇଁ ଯିବା ସମୟରେ ସଟର ଭଙ୍ଗା ଯାଇଥିବାର ଦେଖି ସଟର ନଖୋଲି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଅତିରିକ୍ତ IIC ସୁମତୀ ମହାନ୍ତି ଓ SI ଶିବ ସାହୁ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ।

ଅନୁଧ୍ୟାନ ବେଳେ ଶାଖାରେ ଥିବା ୮ ଲକ୍ଷ ଟଙ୍କା ନଗଦ ଚୋରି ହୋଇଥିବା ପୋଲିସକୁ ଜଣାଇଛନ୍ତି ଶାଖା ମ୍ୟାନେଜର । ତେବେ କୌଣସି ସାମଗ୍ରୀ ଭଙ୍ଗାରୁଜା ହୋଇନଥିବା ଜଣାପଡିଛି । ଅନୁଧ୍ୟାନ ପରେ ସନ୍ଧାନି କୁକୁର ଏବଂ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ ଗତ କିଛି ଦିନ ହେବ ରାୟଗଡା ସହରରେ ଚୋରି ବଢିବାରେ ଲାଗିଛି । ମୁଖ୍ୟତଃ ଦୋକାନ ସଟର ଭାଙ୍ଗି ଚୋରି କରୁଛନ୍ତି ଲୁଟେରା । ଗତ ୩ ତାରିଖ ମଧ୍ୟରେ ଦୋକାନ ସଟର ଭାଙ୍ଗି ଚୋରି ଘଟିଛି, ଯାହାକି ବ୍ୟବସାୟୀଙ୍କ ଚିନ୍ତା ବଢାଇଲାଣି । ସେପଟେ ଏହି ୫ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କାରଣ କିଛି ମାସର ନିରବତା ପରେ ରାୟଗଡା ସହରରେ ଦୁର୍ବୃତ୍ତମାନେ ଆତଙ୍କ ମଚାଇଛନ୍ତି । ଏଥିରେ ନିୟନ୍ତ୍ରଣ ଆଣିବା ପାଇଁ ବ୍ୟବସାୟୀମାନେ ଦାବି କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.