ETV Bharat / state

ବିନା ଦର୍ଶକରେ ପାଳନ ହେବ ସ୍ବାଧୀନତା ଦିବସ - 74th independence day in rayagada

ଚଳିତ ବର୍ଷ ସ୍ବାଧୀନତା ଦିବସକୁ ଫିକା କରିଛି କୋରୋନା ଏହି ଉତ୍ସବରେ ସାଧାରଣ ଲୋକଙ୍କ ଯୋଗଦାନକୁ ରାୟଗଡା ଜିଲ୍ଲାପ୍ରଶାସନ କଡାକଡି କରିଛି ।

ବିନା ଦର୍ଶକରେ ପାଳନ ହେବ ସ୍ବାଧୀନତା ଦିବସ
ବିନା ଦର୍ଶକରେ ପାଳନ ହେବ ସ୍ବାଧୀନତା ଦିବସ
author img

By

Published : Aug 14, 2020, 9:53 PM IST

ରାୟଗଡା: ଆସନ୍ତାକାଲି 74 ତମ ସ୍ବାଧୀନତା ଦିବସ ପାଳନ ହେବ। ତେବେ ଚଳିତ ବର୍ଷ ସ୍ବାଧୀନତା ଦିବସକୁ ଫିକା କରିଛି କୋରୋନା । ଏହି ଉତ୍ସବରେ ସାଧାରଣ ଲୋକଙ୍କ ଯୋଗଦାନକୁ ରାୟଗଡା ଜିଲ୍ଲାପ୍ରଶାସନ କଡାକଡି କରିଛି । ପ୍ରତ୍ୟକ ବର୍ଷ ସ୍ବାଧୀନତା ଦିବସ ରାୟଗଡ ସଦର ମହକୁମା ଜିସିଡି ପଡିଆ ଠାରେ ଅନୁଷ୍ଠିତ ହୁଏ । ପୋଲିସ ସହ ପ୍ରାୟ 40 ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ୟାରେଡ଼ରେ ଭାଗ ନେଉଥିବା ବେଳେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଯାକ ଜକମରେ ଆୟୋଜିତ ହୁଏ । ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମେ । କିନ୍ତୁ ଏଥରେ କେବଳ ପୋଲିସ ବିଭାଗର 2 ଟି ଗ୍ରୁପଙ୍କୁ ନେଇ ପ୍ୟାରେଡ଼ ଅନୁଷ୍ଠିତ ହେବ।

ବିନା ଦର୍ଶକରେ ପାଳନ ହେବ ସ୍ବାଧୀନତା ଦିବସ

ରାଷ୍ଟ୍ରମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । 9 ଟା 15 ମିନିଟ ସମୟରେ ପତ୍ତାକା ଉତ୍ତଳନ ହେବା ପରେ ଜାତୀୟ ସଙ୍ଗୀତ ଗାନ କାରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଜନ ସାଧରଣଙ୍କୁ ସମ୍ପୂର୍ଣ ବାରଣ କରାଯାଇଛି । କେବଳ ଅଳ୍ପ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଡାକ୍ତର , ନର୍ସ,ଏବଂ ସଫେଇ କର୍ମଚାରୀ ରହିଛନ୍ତି।

ଅନ୍ୟପଟେ ସମସ୍ତ ସରକାରୀ ଏବଂ ବେଶରକାରୀ କାର୍ଯ୍ୟାଳୟ ଗୁଡିକରେ ସକାଳ 9 ଟା ପୂର୍ବରୁ 10 ଜଣଙ୍କ ମଧ୍ୟରେ ସୀମିତ ରହି ପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି। ସ୍ବାଧୀନତା ଦିବସ ପାଳନ ହେବା ପରେ ପୂର୍ବ ଭଳି ସଟ ଡାଉନ ଲାଗୁ ହେବ। କୋରୋନା ମାହାମାରି ଯୋଗୁଁ ଚଳିତ ବର୍ଷର ସ୍ବାଧୀନତା ଦିବସ ନିରାଡ଼ମ୍ବରରେ ପାଳନ କରିବାକୁ ଗୃହ ବିଭାଗ ତରଫରୁ ଗାଇଡଲାଇନ ଜାରି ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.