ରାୟଗଡା: ରାୟଗଡା ଜିଲ୍ଲା ଗୁଡାରୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଗୁଡାରୀ ପୋଲିସ ଗଞ୍ଜେଇ ସହ ଏକ ଟ୍ରକକୁ ଜବତ କରିଛି ।
ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ରାଇପଙ୍କା ଅଞ୍ଚଳରୁ ଉତ୍ତରପ୍ରଦେଶ ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ସହାୟତାରେ ଗୁମୁଡା ଛକ ନିକଟରେ ଉକ୍ତ ଗାଡିକୁ ଅଟକାଇଥିଲା । ଅଟକ ଗାଡିରୁ 572 କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ଟ୍ରକ ଚାଳକ ଏବଂ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ।
ଅନ୍ୟପଟେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ 56 ଲକ୍ଷରୁ ଅଧିକ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଗୁଡାରୀ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ