ରାୟଗଡା: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଚଳିତ ବର୍ଷର ଯୁକ୍ତ 2 ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି କ୍ରମରେ ଜିଲ୍ଲାରେ ଗୁରୁବାର ଦିନ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ 5 ହଜାର 907 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
କଳାରେ 3 ହଜାର 558 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ବିଜ୍ଞାନ ବିଭାଗରେ 1 ହଜାର 699 ଏବଂ ବାଣିଜ୍ୟ ବିଭାଗରେ 650 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ଜିଲ୍ଲାରେ 5ଟି ପରୀକ୍ଷା ହବ କରାଯାଇଥିବା ବେଳେ ପ୍ରାୟ 21ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ପରୀକ୍ଷାକୁ ନିରପେକ୍ଷ ଓ କପିମୁକ୍ତ କରିବା ପାଇଁ ପରୀକ୍ଷା ହଲମାନଙ୍କରେ ସିସିଟିଭି ଲଗାଯାଇ ନିୟନ୍ତ୍ରଣ କରାଯାଉଛି। ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମେତ ଗୁଣପୁର, ପଦ୍ମପୁର, ବିଷମକଟକ ଓ କାଶୀପୁର ମହାବିଦ୍ୟାଳୟକୁ ପରୀକ୍ଷାକେନ୍ଦ୍ର କରାଯାଇଛି ।
ରାୟଗଡାରୁ ରଞ୍ଜନ ନାଥ, ଇଟିଭି ଭାରତ