ହାଇଦ୍ରାବାଦ: ସୋସିଆଲ ମିଡିଆ ଯୁଗରେ ୟୁଟ୍ୟୁବ ଲୋକଙ୍କୁ ରୋଜଗାର ଦେଇଛି । ଏହି ୟୁଟ୍ୟୁବ ମାଧ୍ୟମରେ କେତେ ଯେ ଲୋକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଉପକୃତ ହେଉଛନ୍ତି କଷ୍ଟକର । କ୍ରିଏଟରମାନେ ଅନେକ ନୂଆ ନୂଆ ପନ୍ଥା ଆପଣାଇ ଭିଡିଓ ତିଆରି କରୁଛନ୍ତି । କ୍ରିଏଟରଙ୍କ ଏହି କାର୍ଯ୍ୟକୁ ଆହୁରି ସହଜ କରିବା ଲାଗି ୟୁଟ୍ୟୁବ ଆଣୁଛି ଏକ ନୂଆ ଫିଚର । ଏହି ଫିଚର ମାଧ୍ୟମରେ କ୍ରିଏଟର କୃତ୍ରିମ ବୁଦ୍ଧିମତା (AI)କୁ ବ୍ୟବହାର କରି 30 ସେକେଣ୍ଡର ରିମିକ୍ସ ସଙ୍ଗ୍ ଏଡିଟ୍ କରିପାରିବେ ।
ଏଆଇ ଦ୍ବାରା ଜେନେରେଟ୍ ହୋଇଥିବା ଗୀତକୁ ସେମାନେ ନିଜ ଭିଡିଓରେ ବ୍ୟବହାର କରିପାରିବେ । ଏହି ଫିଚର ୟୁଟ୍ୟୁବର ଡ୍ରିମ୍ ଟ୍ରାକ୍ ପ୍ରୋଗ୍ରାମର ଏକ ଅଂଶ ବୋଲି ଜଣାପଡ଼ିଛି । ସମ୍ପ୍ରତି କେବଳ ଏହି ଫିଚର ଚୟନ କ୍ରିଏଟରଙ୍କ ପାଇଁ ଉପଲବ୍ଧ । ତେବେ ଆସନ୍ତୁ ୟୁଟ୍ୟୁବର ଏହି ନୂତନ ଫିଚର ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା...
କେମିତି କରେ କାମ ?
ଏଥିରେ ନିର୍ମାତା ଦିଆଯାଇଥିବା ତାଲିକାରୁ ଗୀତ ଚୟନ କରିପାରିବେ । ଏହାସହ ସେମାନେ ଗୀତକୁ କିପରି ପରିବର୍ତ୍ତନ କରିବେ AIକୁ କହିପାରିବେ । ଏହାପରେ AI ଗୀତର ଏକ ନୂତନ ଏଡିସନ ସୃଷ୍ଟି କରିବ, ଯାହାକି ମୂଳ ଗୀତର ଶୈଳୀକୁ ବଜାୟ ରଖିବ ସତ କିନ୍ତୁ ଆପଣଙ୍କର ନିଜସ୍ବ ଧାରଣାକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିବ । ତା’ପରେ ୟୁଟ୍ୟୁବରେ ଥିବା ମୂଳ ଗୀତକୁ ଏଇ ସାହାଯ୍ୟରେ Shortsରେ ରିମିକ୍ସ କରାଯିବ ।
ଏହା ବି ପଢନ୍ତୁ |
ଡ୍ରିମ୍ ଟ୍ରାକ୍ କ’ଣ ?
ଡ୍ରିମ୍ ଟ୍ରାକ୍ ନଭେମ୍ବର 2023ରେ ଲଞ୍ଚ କରାଯାଇଥିଲା । ଏହା ଗୁଗଲ୍ର AI ଟିମ ଡିପ୍ମାଇଣ୍ଡ ଦ୍ବାରା ପରିଚାଳିତ । ପ୍ରଥମରୁ କିଛି ଆମେରିକୀୟ କ୍ରିଏଟର ଜଣାଶୁଣା କଳାକାରଙ୍କ ସ୍ବର ସହିତ ସୃଷ୍ଟି ହୋଇଥିବା AI ଗୀତ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା । ଏହି ଫିଚର ୟୁନିଭର୍ସାଲ୍ ମ୍ୟୁଜିକ୍ ଗ୍ରୁପ୍ ଏବଂ ଅନେକ ଲୋକପ୍ରିୟ ମ୍ୟୁଜିସିଆନ ୟେପରିକି ଜନ୍ ଲିଜେଣ୍ଡ, ଚାର୍ଲି XCX ଏବଂ ଟ୍ରଇ ସିଭନ୍ ଭଳି ବହୁ ଲୋକପ୍ରିୟ ସଂଗୀତଜ୍ଞଙ୍କ ସହଯୋଗରେ ଆସିଥିଲା । ଗତ ଏକ ବର୍ଷ ମଧ୍ୟରେ ଏହା ଆମେରିକାର ସମସ୍ତ କ୍ରିଏଟରଙ୍କ ପାଇଁ ଉପଲବ୍ଧ ହୋଇପାରିଛି ।
ନୂଆ AI ଫିଚର ଉପରେ କାମ କରୁଛି ମେଟା:-
ମେଟା ଏହାର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନୂତନ AI ଟୁଲ୍ଗୁଡ଼ିକ ଉପରେ କାମ କରୁଛି । ଏବେ ମେଟା ଇନଷ୍ଟାଗ୍ରାମ ପାଇଁ ଏକ ନୂତନ ଏବଂ ରୋମାଞ୍ଚକର ଫିଚର ଉପରେ କାମ କରିବା ଆରମ୍ଭ କରିଛି । ଏହି ନୂଆ ଫିଚରରେ ୟୁଜରମାନେ AI ଟେକ୍ନୋଲୋଜି ସାହାଯ୍ୟରେ ସେମାନଙ୍କର ପ୍ରୋଫାଇଲ୍ ଫଟୋ ସୃଷ୍ଟି କରିବାକୁ ସମର୍ଥ ହେବେ । ଏ ବିଷୟରେ ଅଧିକ ଜାଣନ୍ତୁ...